fbpx

ଭାରତରେ କରୋନାର ନୂଆ ଭ୍ୟାରିଏଣ୍ଟ N-440K ଅତ୍ୟନ୍ତ ବିପଜ୍ଜନକ, ରହିଛି ୧୦ ଗୁଣ ଅଧିକ ଦ୍ରୁତ ବିସ୍ତାର କରିବାର କ୍ଷମତା

ଭାରତରେ ବ୍ୟାପୁଥିବା କରୋନା ଭାଇରସ ଦୁନିଆରେ ବ୍ୟାପୁଥିବା କରୋନା ଭାଇରସ ତୁଳନାରେ ୧୦ ଗୁଣା ଅଧିକ ଦ୍ରୁତ ଭାବରେ ବ୍ୟାପିବାରେ ଲାଗିଛି ଏବଂ ଏହା ଅଧିକ ଭୟାନକ । ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି (CCMB) କରୋନା ଭାଇରସର ନୂଆ ଭ୍ୟାରିଏଣ୍ଟ N-440K ବିଷୟରେ ଜାଣିବାକୁ ପାଇଛନ୍ତି । B1.617  ଏବଂ B1.618 ପରେ ଏହା ହେଉଛି ନୂତନ ଭ୍ୟାରିଏଣ୍ଟ । ଏହା ପ୍ରଥମେ ଆନ୍ଧ୍ରପ୍ରଦେଶର କୁର୍ନୁଲରେ ଆବିଷ୍କୃତ ହୋଇଥିଲା ।

ବୈଜ୍ଞାନିକଙ୍କ ଅନୁଯାୟୀ, କରୋନାର N-440K ଭ୍ୟାରିଏଣ୍ଟ ମୁଖ୍ୟତ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଭଳି ଦକ୍ଷିଣ ରାଜ୍ୟ ତଥା ମହାରାଷ୍ଟ୍ର ଏବଂ ଛତିଶଗଡର କିଛି ଅଂଶରେ ଦେଖିବାକୁ ମିଳିଛି।

ଅଧ୍ୟୟନ ସମୟରେ ବୈଜ୍ଞାନିକଙ୍କୁ ମିଳିଥିବା ତଥ୍ୟ ଅନୁସାରେ – “କରୋନା ର N-440K ଭ୍ୟାରିଏଣ୍ଟରେ A2a ପ୍ରୋଟୋଟାଇପ୍ ଷ୍ଟ୍ରେନ୍ ଅପେକ୍ଷା ୧୦ ଗୁଣ ଅଧିକ ଜୀବାଣୁ ବିସ୍ତାର କରିବାର କ୍ଷମତା ଅଛି । କରୋନାର A2a ପ୍ରୋଟୋଟାଇପ୍ ଷ୍ଟ୍ରେନ୍ ସମଗ୍ର ବିଶ୍ୱରେ ବ୍ୟାପିଛି । N-440K   କମ୍ ସମୟ ମଧ୍ୟରେ ଆହୁରି ଅନେକ ଭାଇରସ୍ ତିଆରି କରିବାର କ୍ଷମତା ରହିଛି ।”

CCMB  ନିର୍ଦ୍ଦେଶକ ଡକ୍ଟର ରାକେଶ ମିଶ୍ର କହିଛନ୍ତି ଯେ କରୋନାର N-440K  ଭ୍ୟାରିଏଣ୍ଟର ପରିବର୍ତ୍ତିତ ଫର୍ମ ଖୁବ୍ କମ୍ ସମୟ ମଧ୍ୟରେ ଅନେକ ଗୁଣ ଅଧିକ ଜୀବାଣୁ ବିସ୍ତାର କରିବାର କ୍ଷମତା ରଖିଛି ।

CCMB  ବୈଜ୍ଞାନିକମାନେ କହିଛନ୍ତି ଯେ ସେମାନେ ବିଭିନ୍ନ କେନ୍ଦ୍ରରୁ ନମୁନା ସଂଗ୍ରହ କରିଛନ୍ତି, ସେଥିମଧ୍ୟରୁ ୫୦% କରୋନାର N-440K  ଭ୍ୟାରିଏଣ୍ଟ ବୋଲି ଜଣାପଡିଛି  । ଏହା ମଧ୍ୟ ଜଣାପଡିଛି କି ଭାଇରସ ଜନସଂଖ୍ୟାର ଏକ ନିର୍ଦ୍ଦିଷ୍ଟ ଅଂଶରେ ବ୍ୟାପିଛି ଏବଂ ଏହା ଅନ୍ୟ ଭ୍ୟାରିଏଣ୍ଟ ଅପେକ୍ଷା ଅଧିକ ସ୍ଥାନୀୟ ଅଟେ।

Get real time updates directly on you device, subscribe now.