fbpx

ମରାଠାମାନଙ୍କ ପାଇଁ ୧୬ ପ୍ରତିଶତ ସଂରଣକ୍ଷ ଦାବିକୁ ଖାରଜ କଲେ ସୁପ୍ରିମ କୋର୍ଟ

 

ମୁମ୍ବାଇ ୦୫ । ୦୫ (ଓଡ଼ିଶା ଭାସ୍କର) : ମହାରାଷ୍ଟ୍ରରେ ମରାଠାମାନଙ୍କ ପାଇଁ ୧୬ ପ୍ରତିଶତ ସଂରଣକ୍ଷକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ମରାଠାମାନଙ୍କ ପାଇଁ ୧୬ ପ୍ରତିଶତ ସଂରଣକ୍ଷ ବ୍ୟବସ୍ଥା ଲାଗି ରାଜ୍ୟ ସରକାର ନିଷ୍ପତ୍ତିକୁ ନେଇଥିଲେ । ଗତ ମାର୍ଚ୍ଚ ୨୬ ତାରିଖରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି ଶେଷ କରିଥିବାବେଳେ ଏହି ସଂରକ୍ଷିତ ରଖିଥିବା ରାୟକୁ ଆଜି ପ୍ରକାଶ କରିଛନ୍ତି।

ଏହା ସହିତ ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଇନ୍ଦିରା ସାହନୀ ମାମଲାରେ ପୁନର୍ବାର ବିଚାର କରିବାର ଆବଶ୍ୟକତା ନାହିଁ।
ମାମଲାର ଶୁଣାଣି କରିଥିବା ସାମ୍ବିଧାନିକ ଖଣ୍ଡପୀଠରେ ବିଚାରପତି ଅଶୋକ ଭୂଷଣଙ୍କ ବ୍ୟତୀତ ବିଚାରପତି ଏଲ. ନାଗେଶ୍ଵର ରାଓ, ବିଚାରପତି ଏସ. ଅବଦୁଲ ନଜୀର, ବିଚାରପତି ହେମନ୍ତ ଗୁପ୍ତା ଓ ଏସ. ରବୀନ୍ଦ୍ର ଭଟ୍ଟ ସାମିଲ ଅଛନ୍ତି। ସଂରକ୍ଷଣ ସୀମା ୫୦ ପ୍ରତିଶତ ଅତିକ୍ରମ କରିବା ସମାନତାର ମୌଳିକ ଅଧିକାର ବିରୋଧୀ ବୋଲି ଖଣ୍ଡପୀଠ କହିଛନ୍ତି।

ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତି ଶୁଣାଇ କହିଛନ୍ତି, ମରାଠାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସୀମା ଅତିକ୍ରମ କରିବା ପାଇଁ ଗାଏକ୍‌ୱାଡ ଆୟୋଗ କିମ୍ବା ହାଇକୋର୍ଟଙ୍କ ପାଖରେ କୌଣସି ଠୋସ୍‌ ଆଧାର ନ ଥିଲା। ଏଭଳି କୌଣସି ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇନାହିଁ, ଯେଉଁଥିପାଇଁ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ କରାଯିବା ଦରକାର ବୋଲି ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତି କହିଛନ୍ତି । ମରାଠା ସମ୍ପ୍ରଦାୟର ଲୋକମାନଙ୍କୁ ଶିକ୍ଷଣୀୟ ଏବଂ ସାମାଜିକ ସ୍ତରରେ ପଛୁଆ କରାଯାଇପାରିବ ନାହିଁ। ସୂଚନା ଅନୁସାରେ ଏହା ପୂର୍ବରୁ ବମ୍ବେ ହାଇକୋର୍ଟ ମହରାଷ୍ଟ୍ରର ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରି କ୍ଷେତ୍ରରେ ମରାଠା ସମ୍ପ୍ରଦାୟଙ୍କୁ ସଂରକ୍ଷଣ ଦେବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିଥିଲେ।

Get real time updates directly on you device, subscribe now.