fbpx

ନିର୍ଭୟା ମାମଲା: ଦିଲ୍ଲୀ ହାଇକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨ ।୨: ନିର୍ଭୟା ଗଣଦୁଷ୍କର୍ମରେ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇବାକୁ ହୋଇଥିବା ଆବେଦନର ଶୁଣାଣିକୁ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ । ଗୃହ ମନ୍ତ୍ରଳାୟର ଅର୍ଜି ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି । ତେବେ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇବା ବିରୋଧରେ ଏହି ଆବେଦନ ହୋଇଥିଲା । ଜଷ୍ଟିସ ସୁରେଶ ଏହି ମାମଲାର ଶୁଣାଣି କରିଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନରାଲ ତୁଷାର ମେହତା ହାଇକୋର୍ଟରେ ପକ୍ଷ ରଖିଛନ୍ତି । ସେ ହାଇକୋର୍ଟରେ କହିଛନ୍ତି ଯେ, ଦୋଷୀମାନେ ଆଇନର ଦୁରୂପଯୋଗ କରୁଛନ୍ତି ।’

Get real time updates directly on you device, subscribe now.