fbpx
BJD
BJD SKY
BJD SKY

ନରେନ୍ଦ୍ର ପୋଖରୀରେ ହେବ ପ୍ରଭୁ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା

ପୁରୀ, ୦୫/୦୫: ସମସ୍ତ କୋଭିଡ ନିର୍ଦ୍ଦେଶାବଳୀ ପାଳନ ସହ ନରେନ୍ଦ୍ର ପୋଖରୀରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଗୁରୁବାର ଦିନ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ କ୍ରିଶନ କୁମାରଙ୍କ ନେତୃତ୍ୱରେ ଏକ ଭର୍ଚୁଆଲ୍ ମିଟିଙ୍ଗରେ ଏନେଇ ନିଷ୍ପତ୍ତି ନିଆଯାଇଛି।
ତେବେ ଏହି ଯାତ୍ରାରେ ସର୍ବନିମ୍ନ ସଂଖ୍ୟକ ସେବାୟତ ଉପସ୍ଥିତ ରହିବେ । ମେ ୧୧ ରେ ହେବାକୁ ଥିବା ଛତିଶା ନିଯୋଗ ବୈଠକ ପରେ ସେବାୟତଙ୍କ ତାଲିକା ଏବଂ ଚନ୍ଦନ ଯାତ୍ରାର ନିଷ୍ପତ୍ତି ଚୂଡାନ୍ତ ହେବ।
ଚନ୍ଦନ ଯାତ୍ରା ଆସନ୍ତା ୧୫ ତାରିଖରୁ ଅକ୍ଷୟ ତୃତୀୟାରେ ଆରମ୍ଭ ହେବ। କରୋନା ମହାମାରୀ ହେତୁ ଗତ ବର୍ଷ ମନ୍ଦିର ପରିସରରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା।
ପୁରୀର କୋଭିଡ ପରିସ୍ଥିତିକୁ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ଆଲୋଚନା ଅନୁଯାୟୀ ସେବାୟତଙ୍କ ଟୀକାକରଣ ପାଇଁ ଡୋର ଟୁ ଡୋର ସର୍ଭେ କରାଯିବ ଏବଂ ଆବଶ୍ୟକ ସ୍ଥଳେ ଅନ୍ୟ ଏକ ଟୀକାକରଣ କେନ୍ଦ୍ର ଖୋଲାଯିବ ବୋଲି ମନ୍ଦିର ବିକାଶ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।
ଚନ୍ଦନ ଯାତ୍ରା, ସ୍ନାନା ଯାତ୍ରା ଏବଂ ରଥ ଯାତ୍ରା ସମୟରେ ବ୍ୟବହାର ପାଇଁ ମାସ୍କ ଏବଂ ସାନିଟାଇଜର କ୍ରୟ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ମଧ୍ୟ ପଦକ୍ଷେପ ଗ୍ରହଣ କରିବ ।

Get real time updates directly on you device, subscribe now.