fbpx

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ,ମନ୍ତ୍ରୀଙ୍କ ସମେତ ୩ ଆହତ

ବାଲେଶ୍ୱର ୦୯ । ୦୫ (ଓଡ଼ିଶା ଭାସ୍କର) : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ଡ୍ରାଇଭର,ପିଏ ,ପିଏସଓ ଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଛି। ସୂଚନା ଅନୁସାରେ ସେରଗଡ଼ ଓ ଉଦଳା ରାଜ୍ୟରାଜପଥ ପୋଡାଶୂଳ ନିକଟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରାକ୍ଟର ହଠାତ ଆସି କେନ୍ଦ୍ରମନ୍ତ୍ରୀଙ୍କ ଇନୋଭା ଗାଡିକୁ ଧକ୍କା ଦେଇଥିଲା। କେସିପୁର ପଂଚାୟତ ବଢ଼େଇପଲା ଗାଁର ଜଣେ ପରିବାରକୁ କେନ୍ଦ୍ରମନ୍ତ୍ରୀ ସହାୟତା ପାଇଁ ଇନଭୋ ଗାଡିରେ ଯାଉଥିଲେ । ଏହି ସମୟରେ ଟ୍ରାକ୍ଟରଟି ଆସି ଇନଭୋ ଗାଡିକୁ ଧକ୍କା ଦେଇଥିଲା ।

Get real time updates directly on you device, subscribe now.