fbpx

ଝାରସୁଗୁଡା ସବଜେଲରେ ୬୮ କଏଦୀ କରୋନା ପଜିଟିଭ୍

ଝାରସୁଗୁଡା, ୧୫/୦୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ବିଭିନ୍ନ ଜେଲ୍ ର କଏଦୀ ମାନେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳୁଛି । ଏହି ମାରାତ୍ମକ ମହାମାରୀ ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଜେଲ ମାନଙ୍କରେ ବ୍ୟାପିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ ରହିଥିବା ଜେଲ୍ ଗୁଡିକରୁ ଏବେ ମାଳମାଳ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଆଜି ପୁଣିଥରେ ଝାରସୁଗୁଡାର ଉପକାରାଗାରରେ ୬୮ ଜଣ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଉପକାରାଗାରର ଜେଲର୍ ସୁଚନା ଦେଇଛନ୍ତି । ବର୍ତ୍ତମାନ ସେମାନଙ୍କୁ ରଖିବା ପାଇଁ ୨ ୱାର୍ଡରେ ଆଇସୋଲେସନର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ମୋଟ ୨୮୨ ଜଣ କଏଦୀଙ୍କର ୪ଟି ପର୍ଯ୍ୟାୟରେ ନମୁନା ସଂଗ୍ରହ କରାଯାଇଥିଲା । ଏବେ ସେମାନଙ୍କର ଟେଷ୍ଟ ରିପୋର୍ଟ ସାମନାକୁ ଆସିଛି । ସେମାନଙ୍କ ମଧ୍ୟରୁ ୬୮ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି ।

Get real time updates directly on you device, subscribe now.