fbpx

୬ ମାସ ପରେ ଖୋଲିବ କେଦାରନାଥ, ୧୧ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି ମନ୍ଦିର

ଦେହରାଦୁନ, ୧୬/୫:  ୬ ମାସର ଶୀତକାଳୀନ ଅବକାଶ ପରେ ଆସନ୍ତା କାଲି ସୋମବାର ସକାଳ ୫ ଟାରେ ବିଶ୍ୱ ପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର ଖୋଲାଯିବ । ତେବେ ଗତ ବର୍ଷ ଭଳି, କୋଭିଡ-୧୯ କାରଣରୁ ଏ ବର୍ଷ ମଧ୍ୟ ବିନା ଭକ୍ତରେ ଉଦଘାଟନ କରାଯିବ । ସେପଟେ ୧୮ ମଇରେ, ଚାମୋଲିରେ ଅବସ୍ଥିତ ପ୍ରଭୁ ବଦ୍ରିନାଥଙ୍କ ଦ୍ୱାର ସକାଳ ଚାରିଟାରେ ବ୍ରହ୍ମମୁହୁର୍ତ୍ତରେ ଖୋଲିବ । କୋଭିଡ କାରଣରୁ ଭକ୍ତମାନଙ୍କୁ ଏଠାକୁ ଆସିବାକୁ ଦିଆଯିବ ନାହିଁ।

କୋଭିଡ ସମ୍ବନ୍ଧରେ ଉତ୍ତରପ୍ରଦେଶ ସରକାର ଦେଇଥିବା ଏସଓପି ଅନୁଯାୟୀ, ପୂଜାରୀ, ଦେବସ୍ଥାନମ୍ ପରିଚାଳନା ବୋର୍ଡର ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ସମେତ କେବଳ ୨୫ ଜଣ ପୂଜା ଅର୍ଚ୍ଚନା ସହିତ କେଦାରନାଥ ଏବଂ ବଦ୍ରିନାଥଙ୍କ ଦ୍ୱାର ଖୋଲିବା ସମୟରେ ଉପସ୍ଥିତ ରହିବେ।

ଏହାପୂର୍ବରୁ ୧୪ ମେ ଶୁକ୍ରବାର ଦିନ ଯମୁନେତ୍ରୀ ଏବଂ ଶନିବାର ୫ ମଇରେ ଗଙ୍ଗୋତ୍ରୀ ଠାରେ ଦ୍ୱାର ଖୋଲିବା ସମୟରେ ସମାନ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଉତ୍ତରାଖଣ୍ଡର ଗରୱାଲ୍ ହିମାଳୟରେ ଚାରିଧାମ ଭାବରେ ଜଣାଶୁଣା ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀର କବାଟ ପ୍ରତି ଛଅ ମାସରେ ଶୀତକାଳୀନ ଅବକାଶ ପରେ ପ୍ରତିବର୍ଷ ଏପ୍ରିଲ୍-ମେ ମାସରେ ଭକ୍ତମାନଙ୍କ ପାଇଁ ଖୋଲା ଯାଇଥାଏ ।

ଗରୱାଲ ଅର୍ଥନୀତିର ମେରୁଦଣ୍ଡ ଭାବରେ ପରିଗଣିତ ହେଉଥିବା ଚାରିଧାମ ଯାତ୍ରା କୋଭିଡ ଯୋଗୁଁ ପ୍ରଭାବିତ ହୋଇଛି । ଚାରିଧାମ ଯାତ୍ରାକୁ ଏ ବର୍ଷ କୋଭିଡ କାରଣରୁ ସ୍ଥଗିତ ରଖାଯାଇଛି । ଚାରିଧାମ ଯାତ୍ରାର ସ୍ଥଗିତାଦେଶ ଘୋଷଣା କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଏପ୍ରିଲ ୨୯ ରେ କହିଛନ୍ତି ଯେ ମହାମାରୀର ଏଭଳି ସ୍ଥିତି ମଧ୍ୟରେ ଏହି ଯାତ୍ରା ସମ୍ଭବ ନୁହେଁ । ସେ କହିଥିଲେ ଯେ ନିର୍ଦ୍ଧାରିତ ସମୟରେ ଧାମର କବାଟ ଖୋଲିବ, କିନ୍ତୁ ସେଠାରେ କେବଳ ପୁରୋହିତ ହିଁ ନିୟମିତ ପୂଜା କରିବେ।

Get real time updates directly on you device, subscribe now.