fbpx

ଗ୍ରାମବାସୀ କରୁନାହାନ୍ତି କୋଭିଡ୍ ଟେଷ୍ଟ: ବଢ଼ିଚାଲିଛି କରୋନା, ୨୫ ଜଣଙ୍କ ମୃତ୍ୟୁ

ଜୟପୁର: ସଂପ୍ରତି ଦେଶରେ କରୋନାକୁ ନେଇ ଆଶଙ୍କା ଜାରି ରହିଥିବା ବେଳେ ରାଜସ୍ଥାନରୁ ଏକ ନୂଆ ଘଟଣା ସାମନାକୁ ଆସିଛି । ଚପୋଲି ଗ୍ରାମରେ କରୋନାର ତାଣ୍ଡବ ଦେଖିବାକୁ ମିଳିଛି । କରୋନାରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ଏକ ରହସ୍ୟମୟୀ ବିମାରୀ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ସହର ଅପେକ୍ଷା ବର୍ତ୍ତମାନ ଗ୍ରାମାଞ୍ଚଳରେ ବେଶି ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦୀର୍ଘ ସମୟ ଧରି ଏହି ଗ୍ରାମରେ କୌଣସି ଟେଷ୍ଟ କରାଯାଇ ନଥିବାରୁ ଏଭଳି ପରିସ୍ଥିତିର ସାମନା କରିବାକୁ ପଡ଼ୁଥିବା ଅନୁମାନ କରାଯାଉଛି । ଗ୍ରାମରେ ଅଧିକାଂଶ ଶିଶୁ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିଗିଡ଼ି ଯାଇଥିଲେ ବି ଗ୍ରାମବାସୀ ସଚେତନ ହେବାର ନାଁ ଗନ୍ଧ ଧରୁନାହାନ୍ତି । ଗ୍ରାମବାସୀମାନେ ଟେଷ୍ଟ କରିବାକୁ ଏବେ ବି ପଛଘୁଞ୍ଚା ଦେଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.