fbpx

ଗତବର୍ଷ ଥିଲା ‘ଚାଇନିଜ୍ କରୋନା’, ବର୍ତ୍ତମାନ ସମଗ୍ର ବିଶ୍ୱରେ ‘ଇଣ୍ଡିଆନ କରୋନା’: ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଝଡ଼

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଗତକାଲି ଏକ ପ୍ରେସ୍ କନଫରେନ୍ସିଂରେ କମଲ ନାଥ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ, ‘ଗତବର୍ଷ କରୋନା ମହାମାରୀର ଆରମ୍ଭ ସମୟରେ ଏହାକୁ ସମେସ୍ତ ଚାଇନିଜ୍ କରୋନା ବୋଲି କହୁଥିଲେ । ବର୍ତ୍ତମାନ ସାରା ଦୁନିଆରେ ଇଣ୍ଡିଆ କରୋନା ବ୍ୟାପିବାରେ ଲାଗିଛି ।’ କମଲ ନାଥଙ୍କ ଏହି ମନ୍ତବ୍ୟ ପରେ ମଧ୍ୟପ୍ରଦେଶ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଏହାଛଡ଼ା ସେ କହିଥିଲେ ଯେ, ଇଣ୍ଡିଆନ କରୋନା ଭୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାରତକୁ ସମସ୍ତ ବିମାନସେବା ବନ୍ଦ କରିଦେଇଛନ୍ତି । ମେରା ଭାରତ ମହାନ ବର୍ତ୍ତମାନ କୋଭିଡ୍ ଭାରତରେ ପରିଣତ ହୋଇଗଲାଣି । ଏଥିସହ କରୋନା ମୃତକଙ୍କ ପ୍ରକୃତ ତଥ୍ୟ ଘୋଷଣା କରୁନଥିବାରୁ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ତେବେ କମଲ ନାଥଙ୍କ ଇଣ୍ଡିଆନ କରୋନା ମନ୍ତବ୍ୟକୁ ବିଜେପି ତରଫରୁ ଘୋର ବିରୋଧ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.