fbpx

ପ୍ରଥମ ଫିଲ୍ମ ପାଇଁ କୌଣସି ଅଡିସନ୍ ଦେଇନାହାନ୍ତି ତାପସୀ

ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତ୍ରୀମାନଙ୍କ ମଧ୍ୟରେ ତାପସୀ ପନ୍ନୁ ଅନ୍ୟତମ । ବିନା କୌଣସି ଗଡଫାଦର୍ ରେ ସେ ଆଜି ନିଜ ସ୍ଥାନ ମଜବୁତ୍ କରିପାରିଛନ୍ତି । ସେ ଫିଲ୍ମ ‘ଚଷ୍ମେ ବଦୁର’ ଦ୍ୱାରା ବଲିଉଡ୍ ରେ ଡେବ୍ୟୁ କରିଥିଲେ । ଏହାପରେ ସେ ଅନେକ ହିଟ୍ ଫିଲ୍ମ ଦେଇସାରିଛନ୍ତି । ତେବେ ନିକଟରେ ସେ ଏକ ଖୁଲାସା କରିଛନ୍ତି ଯେ, ଫିଲ୍ମରେ କାମ କରିବାକୁ ତାଙ୍କର କୌଣସି ବି ଅଡିସନ୍ ହୋଇନାହିଁ । ସେ ବିନା କୌଣସି ଅଡିସନ୍ ରେ ଅଭିନୟ ଦୁନିଆରେ ପାଦ ଦେଇଛନ୍ତି ।

ସେ କହିଛନ୍ତି ଯେ, ଫିଲ୍ମରେ କାମ କରିବାକୁ ତାଙ୍କର କୌଣସି ଅଡିସନ୍ କିମ୍ବା ଟ୍ରେନିଂ ହୋଇନି । ଅଭିନୟ ବିଷୟରେ ସେ ସେଟ୍ ଉପରେ ହିଁ ଯାହା କିଛି ଶିଖିଛନ୍ତି । ସେ ଏକ ଏମିତି ଝିଅ ଯେ କି କିଛିକାଂଶରେ ପ୍ରୀତି ଜିଣ୍ଟାଙ୍କ ଦେଖିବାକୁ ତେଣୁ ବୋଧ ହୁଏ ବଲିଉଡ୍ ରେ ତାଙ୍କୁ ବ୍ରେକ୍ ମିଳିଯାଇଥିଲା । ତେବେ ସେ ଫିଲ୍ମ ‘ଚଷ୍ମେ ବଦୁର’ ପାଇଁ କୌଣସି ବି ଅଡିସନ୍ ଦେଇନାହାନ୍ତି । ଆଉ ଯଦି ଭୁଲରେ ବି ତାଙ୍କର ଅଡିସନ୍ ହୋଇଥାଆନ୍ତା ତେବେ ସେ ପକ୍କା ଫେଲ୍ ହୋଇଥାନ୍ତେ ବୋଲି କହିଛନ୍ତି ।

ଫିଲ୍ମ ‘ଚଷ୍ମେ ବଦୁର’ ରେ ତାପସୀ ପନ୍ନୁଙ୍କ ସହ ଅଲୀ ଜଫର୍, ସିଦ୍ଧାର୍ଥ ନାରାୟଣ, ଦିବ୍ୟେନ୍ଦୁ ଶର୍ମା, ଋଷି କପୁର ଏବଂ ଅନୁପମ୍ ଖେର୍ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହାକୁ ନିର୍ଦ୍ଦେଶନା ଦେଇଥିଲେ ଡେଭିଡ୍ ଧାୱନ ।

ଏହି ଫିଲ୍ମ ପରେ ତାପସୀଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଆଗକୁ ଅଭିନେତ୍ରୀ କହିଛନ୍ତି ଯେ, ମୁଁ ବହୁତ୍ ଖରାପ ଅଡିସନ୍ ଦିଏ । ଯେବେ ବି ମୁଁ ଅଡିସନ୍ ଦେଇଛି ସବୁଥିରେ ମୁଁ ଅସଫଳ ରହିଛି । ମୁଁ ଏପରି ଅଭିନୟ କରିପାରେନାହିଁ । ଏମିତିକି ମୁଁ ବିଜ୍ଞାପନ ଅଭିନୟରେ ବି ଫେଲ୍ ହୋଇଯାଇଥିଲି ।

ତେବେ ଖାଲି ଏବେ ନୁହେଁ ପୂର୍ବରୁ ମଧ୍ୟ ଏକ ସାକ୍ଷାତକାର ସମୟରେ ସେ କହିଥିଲେ ଯେ, ତାଙ୍କୁ ଅଡିସନ୍ ଦେବାକୁ ଭଲ ଲାଗେନି କି ସେ ଅଡିସନ୍ ରେ କେବେ ବି ସଫଳ ହୁଅନ୍ତି ନାହିଁ । କାରଣ ସେ ସେହି ସମୟରେ ଡରି ଯାଆନ୍ତି । ତେବେ ଆଗକୁ ଆସୁଥିବା ଫିଲ୍ମ ବିଷୟରେ ଯଦି କହିବା ତେବେ ସେ ସ୍ପୋର୍ଟସ୍ ଫିଲ୍ମ “ସାବାସ୍ ମିଠୁ” ରେ ନଜର ଆସିବେ । ସେଥିରେ ସେ ଭାରତୀୟ ମହିଳା କ୍ରିକେଟର୍ ମିତାଲୀ ରାଜ୍ ଙ୍କ ଭୂମିକା ନିଭେଉଥିବା ଦେଖିବାକୁ ମିଳିବ ।

Get real time updates directly on you device, subscribe now.