fbpx

ବର ସାଜିବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍‌, ପ୍ରେମିକା କ୍ୟାରୀ ସାଇମଣ୍ଡ୍‌ସଙ୍କ ଧରିବେ ହାତ

ତୃତୀୟଥର ବିବାହ କରିବେ ଜନସନ୍‌

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍‌ ଆସନ୍ତା ବର୍ଷ ତୃତୀୟଥର ବିବାହ କରିବାକୁ ଯାଉଛନ୍ତି ।  ସେ ନିଜର ପ୍ରେମିକା କ୍ୟାରୀ ସାଇମଣ୍ଡ୍‌ସଙ୍କୁ ବିବାହ କରିବେ ।୨୦୨୨ ଜୁଲାଇ ୨୨ରେ ଜନସନ୍‌ ଏବଂ ସାଇମଣ୍ଡସ୍‌ ବିବାହ ବନ୍ଧନରେ ଆବଦ୍ଧ ହେବେ । ଉଭୟ ନିଜ ସମ୍ପର୍କୀୟ, ବନ୍ଧୁ ଏବଂ ପରିବାର ଲୋକଙ୍କୁ ଏନେଇ ନିମନ୍ତ୍ରଣ ପଠାଇ ସାରିଲେଣି । କିନ୍ତୁ ଏପର୍ଯ୍ୟନ୍ତ ବିବାହ ସ୍ଥାନ ବିଷୟରେ ଖୁଲାସା କରାଯାଇ ନାହିଁ ।

୨୦୨୦ ଫେବ୍ରୁୟାରୀ ଜନସନ୍‌ ଏବଂ ସାଇମଣ୍ଡସ୍‌ଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ସେତେବେଳେ ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି କହିଥିଲେ । ବୋରିଶଙ୍କ ବୟସ ୫୬ ହୋଇଥିବାବେଳେ ତାଙ୍କ ପ୍ରେମିକାଙ୍କ ବୟସ ୩୩ ବର୍ଷ । ୨୦୧୯ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଜନସନ ଏବଂ ସାଇମଣ୍ଡସ ଡାଉନିଂ ଷ୍ଟ୍ରିଟ୍‌ରେ ଏକାଠି ରହୁଛନ୍ତି । ଦୁହିଁଙ୍କର ୱିଲ୍‌ଫ୍ରେଡ୍‌ ରୋରି ନିକୋଲସ୍‌ ନାମକ ଏକ ପୁଅ ମଧ୍ୟ ଅଛି । ଗତବର୍ଷ ସାଇମଣ୍ଡସ ୱିଲଫ୍ରେଡ୍‌ଙ୍କୁ ଜନ୍ମ ଦେଇଥିଲେ । ଜନସନ ପ୍ରଥମେ ମାରିନା ହ୍ୱିଲର୍‌ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ତାଙ୍କର ୪ଟି ସନ୍ତାନ ଅଛି । ବିବାହ ୨୫ ବର୍ଷ ପରେ ଜନସନ ୨୦୧୮ ସେପ୍ଟେମ୍ବରରେ ମାରିନାଙ୍କୁ ଛାଡ଼ତ୍ର ଦେଇଥିଲେ ।

Get real time updates directly on you device, subscribe now.