fbpx

ରାଶିଫଳ (ଶନିବାର ,୨୯ ମଇ ,୨୦୨୧)

ମେଷ : ମନୋବଳ ଦୃଢ ରହିବ, ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ମାତ୍ର କିଛି ବାଦବିବାଦରେ ଫସି ପାରନ୍ତି ସତର୍କ ରହିବେ । ମନ ଅଶାନ୍ତ ରହିବ । ଅର୍ଥଚିନ୍ତା ଦ୍ୱୀଗୁଣିତ ହେବ ।

ବୃଷ : ପ୍ରତି କାମରେ ଲାଭ ପ୍ରାପ୍ତି ହେବ । ସରକାରୀ ସହାୟତା କିମ୍ବା ଯୋଜନାରେ ସଫଳ, ରାଜନିତିରେ ଲୋକସମ୍ପର୍କ ବଢିବ । ପାରିବାରିକ ପରିବେଶରେ ମନ ଆନନ୍ଦ ରହିବ । ଛୋଟମୋଟ ଦୁର୍ଘଟଣା କିମ୍ବା ଚୋରିର ସମ୍ଭାବନା ରହିବ ।

ମିଥୁନ : କର୍ମକ୍ଷେତ୍ର ଏବଂ ନିଜର ସ୍ୱାସ୍ଥ୍ୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ । କୌଣସି ନିଷ୍ପତି ନେବା ପୂର୍ବରୁ ଗୁରୁଜନଙ୍କ ସହିତ ଆଲୋଚନା କରିବେ । ଉତ୍ସାହ ଉଦ୍ଦିପନା ବୃଦ୍ଧି ହେବ ।

କର୍କଟ : ଶୁଭକାର୍ଯ୍ୟରେ ଯୋଗଦାନ କରିବେ । ଭବିଷ୍ୟତ ଯୋଜନାରେ ସଫଳ ହେବେ । ବହୁଦିନରୁ ଅଟକିଥିବା କାର୍ଯ୍ୟ ପୂରଣ ହେବ, କର୍ମକ୍ଷେତ୍ରରେ ଆତ୍ମତୃପ୍ତି ମିଳିବ, ଧାର୍ମିକ କ୍ଷେତ୍ର ସହିତ ଜଡିତ ରହି ମାନସିକ ଶାନ୍ତି ପାଇବେ ।

ସିଂହ : ସନ୍ତାନ ମାନଙ୍କ ଲାଗି କୌଣସି ପ୍ରକାରର ମନସ୍ତାପ ହେବ, ଅଚାନକ ଋଣ କରିବାକୁ ପଡିବ । ବୈବାହିକ କିମ୍ବା ପ୍ରେମ ଜୀବନରେ ମତାନ୍ତର ହେବ । ଅଦାଲତର କିମ୍ବା କୌଣସି ପ୍ରକାରର ବିଶୃଙ୍ଖଳା ହେବ, କର୍ମଚାପ ରହିବ ।

କନ୍ୟା : ପ୍ରତ୍ୟେକ କାର୍ଯ୍ୟରେ ଲାଭ ମିଳିବ । ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଶ ଭଲ ରହିବ । ବନ୍ଧୁମିଳନ ଓ ଜନସମ୍ପର୍କ ବୃଦ୍ଧିହେବ । ମନୋବଳ ଦୃଢ ରହିବ ତେଣୁ ସମସ୍ତ କ୍ଷେତ୍ରରେ ଶୁଭ ପ୍ରଭାବ ଅନୁଭୁତ ହେବ ।

ତୁଳା : ସନ୍ତାନ, ଲୋକ ସମ୍ପର୍କ ଏବଂ ଆର୍ôଥକ ପରିସ୍ଥିତି ଭଲ ରହିବ । ରାଜନୀତିରେ ପତିଆରା ବୃଦ୍ଧିହେବ । ସ୍ୱାସ୍ଥ୍ୟ ଭଲ ରହିବ, ନୂତନ ଦ୍ରବ୍ୟ ପ୍ରାପ୍ତ ହେବ । ଭ୍ରମଣ ସୁଖ ମିଳିବ ।

ବିଛା : ସ୍ତାବର ସମ୍ପତ୍ତି ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଶୁଭ ଅନୁଭୁତ ହେବ । ମାଲିମକୋଦ୍ଦମାରେ ସଫଳ ହେବେ । ଭାତୃବର୍ଗରେ ସୁମ୍ପର୍କ ବଢିବ । ପାରିବାରିକ ସହଯୋଗରେ ସମସ୍ତ ଯୋଜନାରେ ସଫଳ ହେବେ । ଆର୍ôଥକ ଉନ୍ନତି ପରିଲିକ୍ଷିତ ହେବ ।

ଧନୁ : ଚର୍ମରୋଗ, ଅଗ୍ନିଭୟ କିମ୍ବା ବିଦ୍ୟୁତ ଜନିତ ଭୟ ରହିଛି । ବ୍ୟବସାୟରେ ଅବନତି ବା କ୍ଷତି ହେବ । ବନ୍ଧୁପରିଜନଙ୍କର ଅସହଯୋଗ ମିଳିବ ଓ ଭବିଷ୍ୟତର ଶୁଭକର୍ମରେ ବାଧାବିଘ୍ନର ସୂଚନା ପ୍ରାପ୍ତ ହେବ । ଜୀବନସାଥି ସହିତ ମତାନ୍ତର କିମ୍ବା ମନାନ୍ତର ହେବ, ଦେହମନ ଦୁର୍ବଳ ଅନୁଭୁତ ହେବ ।

ମକର : ବ୍ୟବସାୟରେ ବିକ୍ରି ବୃଦ୍ଧି ହେବ । ଚାକିରିଆ ମାନେ ମାନସମ୍ମନ ପାଇବେ । ମହିଳାମାନେ ନିଜର ମନମୁତାବକ ପରିବେଷରେ ସମୟ କାଟିବେ । ବନ୍ଧୁବର୍ଗରେ ସାହାଯ୍ୟ ମିଳିବ । ଅଧୟନ ରତ ପିଲାଙ୍କର ବିଦ୍ୟାରେ ସଫଳତା ମିଳିବ । ଲେଖକ ପ୍ରକାଶକ ସମ୍ମାନିତ ହେବେ, ଶୁଭରେ ଦିନଟି କଟିବ ।

କୁମ୍ଭ : ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ । ବ୍ୟବସାୟ ସହଯୋଗୀଙ୍କ ସହ ମତାନ୍ତର ହେବ । ବିଦ୍ୟାଶିକ୍ଷାରେ ସଫଳ ହେବେ । ସୁଖାଦ୍ୟ ପ୍ରାପ୍ତି ହେବ, ପିଲାମାନେ ବିଦେଶ ଯିବାର ସୁଯୋଗ ଆସିବ । ଗୁରୁଜନ ମାନଙ୍କର ସ୍ନେହଶ୍ରଦ୍ଧା ମିଳିବ ।

ମୀନ : କର୍ମକ୍ଷେତ୍ରରେ ଲାଭ ଓ ପ୍ରତିଷ୍ଠା ମିଳିବ, ମନମୁତାବକ ଇଛା ପୂରଣ ହେବ, ଶୁଭକର୍ମରେ ଯୋଗଦେବେ । ପିଲା ମାନେ ବିଦ୍ୟାରେ ଭଲ କରିବେ । ଆର୍ôଥକ ଲାଭ ହେବ । ନିଜର କଥାରେ ଆଜି ସମସ୍ତେ ତୃପ୍ତ ରହିବେ । ସବୁକ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ ଭଲପାଇବା ମିଳିବ ।

Get real time updates directly on you device, subscribe now.