ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପଧ୍ୟାୟଙ୍କୁ କେନ୍ଦ୍ରରୁ ଡାକରା, ଚାରି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ବଢାଇଥିଲେ କାର୍ଯ୍ୟକାଳ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ପଶ୍ଚିମ ବଙ୍ଗ ମୁଖ୍ୟ ଶାସନ ସଚିବ ତଥା ୧୯୮୭ ବ୍ୟାଚ୍ର ଆଇଏଏସ୍ ଅଫିସର ଅଲପନ ବନ୍ଦୋପଧ୍ୟାୟ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କଅଧୀନକୁ ଯିବେ । କେନ୍ଦ୍ର ପର୍ସୋନେଲ, ପବ୍ଳିକ ଗ୍ରିଭାନସେସ୍ ଆଣ୍ଡ ପେନସନ୍ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଦିନ ଏ ସମ୍ପର୍କରେ ବେଙ୍ଗଲ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକ ଚିଠି ଜରିଆରେ ଅବଗତ କରା ଯାଇଛି ।
ଭାରତୀୟ ପ୍ରଶାସନିକ ସେବା(କ୍ୟାଡର)ନିୟମ ,୧୯୫୪ ତଥା ରୁଲ ୬(୧)ର ପ୍ରୋଭିଜନ ଅନୁଯାୟୀ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଆଲନ ବନ୍ଦୋପଧ୍ୟାୟଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଚଳିତ ମେ ମାସ ୩୧ ତାରିଖ ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ନର୍ଥବ୍ଳକ ସ୍ଥିତ କେନ୍ଦ୍ର ପର୍ସୋନେଲ ଆଣ୍ଡ ଟ୍ରେନିଂ ବିଭାଗ ନିକଟରେ ରିପୋର୍ଟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପଧ୍ୟାୟଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ଏହା ସହିତ ବନ୍ଦୋପଧ୍ୟାୟଙ୍କୁ ତୁରନ୍ତ ରିଲିଭ କରିବା ପାଇଁ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।
ସୂଚନାଯୋଗ୍ୟ, ଅଲପନ ବନ୍ଦୋପାଧ୍ୟାୟଙ୍କ ମୁଖ୍ୟ ସଚିବ ଭାବେ କାର୍ଯ୍ୟକାଳ ଚଳିତ ମାସରେ ସରୁଥିଲା। ହେଲେ କିଛି ଦିନ ପୂର୍ବେ ମମତା ସରକାର ତାଙ୍କ କାର୍ଯ୍ୟକାଳକୁ ତିନି ମାସ ପାଇଁ ବୃଦ୍ଧି କରିଥିଲେ। ଅଲପନ ବନ୍ଦୋପାଧ୍ୟାୟ ମମତାଙ୍କ ନିକଟତର ଭାବେ ପରିଚିତ।