fbpx

କୋଭିଡ୍ ରିଲିଫ୍ ଫଣ୍ଡରୁ ନେଲେ ୩୬ କୋଟିର ଲୋନ୍: ତା’ପରେ ଫରାରି, ବେଣ୍ଟଲେ ଓ ଲମ୍ବୋର୍ଗିନୀ କିଣି ଛୁଟି ମନାଇଲେ ଯୁବକ

କାଲିଫର୍ଣ୍ଣିଆ: ବର୍ତ୍ତମାନ କରୋନା ସମୟରେ ଲୋକମାନେ ନିଜ ଜୀବନ ଜୀବିକା ହରାଇ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି । ତେଣୁ ଲୋକଙ୍କୁ ସହାୟତା କରିବା ପାଇଁ କାଲିଫର୍ଣ୍ଣିଆ ସରକାର ‘ପେଚେକ୍ ପ୍ରୋଟେକ୍ସନ ପ୍ରୋଗ୍ରାମ’ ନାମରେ ଏକ ରିଲିଫ ଫଣ୍ଡ ଲାଞ୍ଚ କରିଥିଲେ । ମାତ୍ର ଦକ୍ଷିଣ କାଲିଫର୍ଣ୍ଣିଆରେ ରହୁଥିବା ମୁସ୍ତାଫା କାଦରୀ ନାମକ ଜଣେ ଯୁବକ ଏହି ଫଣ୍ଡରୁ ଲୋନ ନେଇ ସରକାରଙ୍କୁ ଚୁନା ଲଗାଇ ଦେଇଥିବା ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।

ମୁସ୍ତାଫା ବ୍ୟବସାୟ କରିବା ପାଇଁ କୋଭିଡ୍-୧୯ ରିଲିଫ ଫଣ୍ଡରୁ ୩୬ କୋଟି ୭୧ ଲକ୍ଷ ଟଙ୍କାର ଲୋନ୍ ନେଇଥିଲେ । ମାତ୍ର ସେ ଏହି ଅର୍ଥରେ ଏକ ଦାମି କାର୍  କିଣି ଛୁଟି କଟାଇଥିଲେ । ମୁସ୍ତାଫାଙ୍କ ଏହି କାରନାମା ନେଇ ପୋଲିସ ନିକଟରେ ଖବର ପହଞ୍ଚିଥିଲା । ଫଣ୍ଡକୁ ଠିକ ଭାବରେ ଉପଯୋଗ କରିନଥିବାରୁ ୩୮ ବର୍ଷୀୟ ମୁସ୍ତାଫାକୁ ପୋଲିସ ଗିରଫ କରିଥିଲା । ତାଙ୍କ ନାମରେ ଜାଲିଆତି, ବ୍ୟାଙ୍କ ଠକେଇ, ମନି ଲଣ୍ଡରି ଭଳି ଅନେକ ମାମଲା ରୁଜୁ କରାଯାଇଥିଲା । ଲୋନ୍ ଅର୍ଥରେ କାଦରୀ ଫରାରୀ, ଲମ୍ବୋର୍ଗିନୀ ଓ ବେଣ୍ଟଲେ ପରି ଦାମି କାର୍ କିଣି ବିଳାସ ବ୍ୟଶନରେ ଛୁଟି କଟାଉଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.