fbpx

ଡ୍ୟୁଟି ବେଳେ ମଦ୍ୟପାନ ପଡିଲା ମହଙ୍ଗା, ନିଲମ୍ବିତ ହେଲେ SI

ମୟୂରଭଞ୍ଜ୬ ।୨(ଓଡିଶା ଭାସ୍କର): ମଦ ଏବଂ ମଦୁଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରୁଛି ପୋଲିସ।ହେଲେ ନିଜେ ପୋଲିସ ଅଧିକାରୀ ମାତାଲ ଅବସ୍ଥାରେ ଉଦ୍ଧାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହିତ ସୋସିଆଲ ମିଡିଆରେ ଭାଇରାଲ ହୋଇ ପୋଲିସ ପାଇଁ ଏକ ଅକାଳିଆ ପରିସ୍ଥିତି ସୃଷ୍ଟି କରିଛି। ଯାହାକୁ ନେଇ ନିଲମ୍ବିତ ହେଲେ ମଦୁଆ ପୋଲିସ ସବ ଇନ୍ସପେକ୍ଟର। ଏଭଳି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନାରେ। ଏଠାରେ କାର୍ଯ୍ୟରତ ଥିବା ସବ ଇନ୍ସପେକ୍ଟର ସଚିଦାନନ୍ଦ କିଷାନ ଗତକାଲି ସନ୍ଧ୍ୟା ସମୟରେ ମଦପିଇ ମାତାଲ ଅବସ୍ଥାରେ ବେତନଟୀ ଥାନାଛକ ନିକଟ ଏକ ପାନଦୋକାନ ବେଞ୍ଚ ଉପରେ ବେହୋସ ଅବସ୍ଥାରେ ପଡିରହିଥିଲେ। ସ୍ଥାନୀୟ ଲୋକେ ସବ ଇନ୍ସପେକ୍ଟର କୁ ଉଦ୍ଧାର କରି ଥାନାରେ ଆଣି ଛାଡିଥିଲେ।

ମାତାଲ ମଦୁଆ ସବ ଇନ୍ସପେକ୍ଟରଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହୋଇଥିଲା। ସବ ଇନ୍ସପେକ୍ଟରଙ୍କ ଭିଡ଼ିଓ ଭାଇରଲ ହେବା ସହ ସ୍ଥାନୀୟ ଲୋକେ ମୟୁରଭଞ୍ଜ ଏସ ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କୁ ମଧ୍ୟ ଜଣାଇଥିଲେ। ତେବେ ମୟୁରଭଞ୍ଜ ଏସ ପି ମଦୁଆ ସବ ଇନ୍ସପେକ୍ଟରଙ୍କ ଭିଡ଼ିଓ ଭାଇରଲ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଘଟଣାର ତଦନ୍ତ କରି ଏସ ପି ସବ ଇନ୍ସପେକ୍ଟର ସଚିଦାନନ୍ଦ କିଷାନଙ୍କୁ ତୁରନ୍ତ ଚାକିରୀରୁ ନିଲମ୍ବିତ କରିଛନ୍ତି।

Get real time updates directly on you device, subscribe now.