fbpx

ରାଶିଫଳ (ସୋମବାର ,୩୧ ମଇ ,୨୦୨୧)

ମେଷ : ଅଶୁଭ ଗ୍ରହ ପ୍ରଭାବ ରହିବ ଫଳରେ କୌଣସି ପ୍ରକାରର ଧୋକା ମିଳିବ । ଲାଲ ମନ୍ଦାର ମଙ୍ଗଳା ମନ୍ଦିରରେ ଦିଅନ୍ତୁ । ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହିବ । ଜୀବନସାଥିର ଅସହଯୋଗ ହେଉ କିମ୍ବା ସ୍ୱାସ୍ଥ୍ୟ ହାନି ଚିନ୍ତାର କାରଣ ହେବ ।

ବୃଷ : ଭାଗ୍ୟ ସାଥ୍ ଦେବ । ଆଶାତିତ ମାନ ସମ୍ମାନ, ଟଙ୍କାପଇସା, ପରିବାର, ସାହିପଡିଶା ସହିତ ସୁସମ୍ପର୍କ ବୃଦ୍ଧି ହେବ । ଆଶା ପୂରଣ ହେବ । ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଆନ୍ତୁ ଶୁଭରେ ଦିନ କଟିବ ।

ମିଥୁନ : କର୍ମ ଏବଂ ଅର୍ଥ ଚିନ୍ତା ଦୂର ହେବ । ବ୍ୟବସାୟୀ ଅଧିକ ଲାଭ ପାଇବେ । ଭାଗ୍ୟ ସହାୟ ହେବ । ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୁରଣ ହେବ, ଧାର୍ମିକ ଭାବନା ବୃଦ୍ଧି ହେବ ।

କର୍କଟ : ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ୱାସ୍ଥ୍ୟ ବିଗିଡିବ । ଆୟ କରିବାର ସୁଯୋଗ ଷୃଷ୍ଟି ହେବ । ବିବାହଯୋଗ୍ୟଙ୍କ ବିବାହ ସମ୍ଭାବନା ଷୃଷ୍ଟି ହେବ । ଛାତ୍ରଛାତ୍ରୀଙ୍କର ପାଠପଢାରେ ଉନ୍ନତି ହେବ । ମାତ୍ର କିଛି ସଂକ୍ରମିତ ରୋଗ ହେବ ।

ସିଂହ : କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ । କୌଣସି ପ୍ରକାର ଆର୍ôଥକ ଲାଭ କିମ୍ବା ନୂଆ ସମ୍ପର୍କ ଯୋଡି ହେବ । ସୁଖଶାନ୍ତି ଭରା ପରିବେଶ ମଧ୍ୟରେ ଦିନ କଟିବ । କୌଣସି ପ୍ରକାରର ଲାଭ ହେବ ଏବଂ ସମସ୍ୟାରୁ ମୁକ୍ତି ପାଇବେ ।

କନ୍ୟା : ଟଙ୍କାପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିବ । ମନର ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । କୌଣସି ପ୍ରକାରେ ଅର୍ଥ ଉପାର୍ଜନ ବଢିବ । ମନ ଉତ୍ସାହିତ ରହିବ ।

ତୁଳା : କୌଣସି ବନ୍ଧୁ ସହଯୋଗ କରିବେ । ପାରିବାରିକ ଶାନ୍ତି ମିଳିବ । ଅଯଥା କଥାରେ ମୁଣ୍ଡ ପୁରାଇ ହଇରାଣ ହେବେ । ମାଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ।

ବିଛା : ଆଶା ପୂରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ । ମାତ୍ର ଚାକିରିରେ ପ୍ରଶଂସିତ ହେବେ । ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପଶମ ମିଳିବ । ନୂଆକରି ଆରମ୍ଭ କରିଥିବା ବ୍ୟବସାୟ କିମ୍ବା ଚାକିରିରେ ସଫଳତା ମିଳିବ । ବୈବାହିକ ଜୀବନରେ ସୁଖଶାନ୍ତି ବଢିବ ।

ଧନୁ : ନିଜର ସଂପର୍କିୟ ଏବଂ ପରିବାର ସହିତ ସମୟ କାଟନ୍ତୁ । ଜନହିତକର ବା ନିସ୍ୱାର୍ଥ କାମ କରି ପ୍ରଶଂସିତ ହେବେ । କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ । ବନ୍ଧୁପରିଜନରେ ସାହାଯ୍ୟ ମିଳିବ । ଯାହା ଉଦ୍ୟମ କରିବେ ପୁରଣ ହେବ ।

ମକର : ଆଜି କିଛି ଦୁର୍ବଳ ଅନୁଭବ କରିବେ । ଉଚ୍ଚ ରକ୍ତଚାପ, ସଂକ୍ରମିତ ରୋଗ କିଛି ହେବ । ମାତ୍ର ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ । ରକ୍ତଦାନ କରନ୍ତୁ କଲ୍ୟାଣ ହେବ ।

କୁମ୍ଭ : ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ । ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ । କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୂରଣ ହେବ ।

ମୀନ : ପାରିବାରିକ ପରିବେଶରେ ଖୁସି ମିଳିବ । ପିଲାଙ୍କର ଚାକିରିର ସୁଯୋଗ ଆସିବ । କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ । କୌଣସି ପ୍ରକାର ସହାୟତା ମିଳିବ । ଚାକିରି ବ୍ୟବସାୟରେ ଦାୟିତ୍ୱ ବୃଦ୍ଧି ହେବ । ପାରିବାରିକ ଏବଂ ବ୍ୟବସାୟିକ ସମ୍ପର୍କରେ ବୃଦ୍ଧି ଘଟିବ ।

Get real time updates directly on you device, subscribe now.