fbpx

ନିଜକୁ ହିନ୍ଦୁ କହି ଯୁବତୀଙ୍କୁ ବିବାହ ପରେ ଟଙ୍କା ଲୁଟୁଥିଲା କାଇମବ୍ରାଞ୍ଚର ନକଲି ଇନ୍ସପେକ୍ଟର, ଆଉ ଏବେ…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପ୍ରେମ ଜିହାଦ ମାମଲାକୁ ନେଇ ଶକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିଲେ ବି ଅନେକ ଲୋକେ ଏହାକୁ ବ୍ୟବସାୟ ଭାବେ ବ୍ୟବହାର କରୁଛନ୍ତି । ଅନେକ ଲୋକେ ନିଜକୁ ହିନ୍ଦୁ କହି ଯୁବତୀଙ୍କୁ ବିବାହ କରି ଠକୁଛନ୍ତି । ଏଭଳି ଏକ ଘଟଣା ଲକ୍ଷ୍ନୌରୁ ଆସିଛି, ଯେଉଁଠାରେ ଆବିଦ୍ ହୱାରୀ ନାମକ ଜଣେ ବ୍ୟକ୍ତି ନିଜକୁ ହିନ୍ଦୁ କହୁଥିଲା । କେବଳ ଏତିକି ନୁହେଁ, ସେ ନିଜକୁ କ୍ରାଇମବ୍ରାଞ୍ଚରେ ଇନ୍ସପେକ୍ଟର ଥିବା କହିଥିଲା ଓ ଜଣେ ହିନ୍ଦୁ ଯୁବତୀକୁ ବାହାହୋଇ ଟଙ୍କା ଲୁଟୁଥିଲା । ସେ ପ୍ରକୃତରେ ଆଜମଗଡରେ ବାସିନ୍ଦା ଥିବା ଜଣାପଡିଛି ।

ଇନ୍ଦିରାନଗରରେ ରହୁଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ଆବିଦ୍ ନିଜକୁ ଲକ୍ଷ୍ନୌ କ୍ରାଇମ ବ୍ରାଞ୍ଚର ଇନ୍ସପେକ୍ଟର ଆଦିତ୍ୟ ସିଂ ବୋଲି କହି ଧୋକା ଦେଇଛି । ଆବିଦ୍ ନିଜକୁ ହିନ୍ଦୁ କହି ଦୁଷ୍କର୍ମ କରିବା ପରେ ଧୋକାଦେଇ ୧୫ ଲକ୍ଷ ଟଙ୍କା ଠକିନେଇଛି ।’

ସୂଚନା ଅନୁସାରେ, ଆବିଦ୍ ନିଜକୁ ଆଦିତ୍ୟ ସିଂହ କହି ହିନ୍ଦୁ ଯୁବତୀଙ୍କ ସହ ବିବାହ କରିଥିଲା । ସମସ୍ତ ସୂଚନା ପାଇବା ପରେ ଯୁବତୀ ଜଣକ ନିଜ ସହ ପ୍ରତାରଣା ହୋଇଥିବା ଜାଣିବାକୁ ପାଇଥିଲେ ଓ ପୋଲିସ ନିକଟରେ ଆବିଦ୍ ବିରୋଧରେ ଏଫଆଇଆର ରୁଜୁ କରିଥିଲେ । ମାମଲା ରୁଜୁ ପରେ ପୋଲିସ ଆବିଦକୁ ଗିରଫ କରିଛି । ଜଣାପଡିଛି ଯେ ଆବିଦ ପ୍ରଥମରୁ ବିବାହିତ ଓ ତାର ୪ଟି ସନ୍ତାନ ରହିଛି ।

Get real time updates directly on you device, subscribe now.