fbpx

ଚଳନ୍ତା ଟ୍ରେନ୍ ରେ ଯୁବତୀଙ୍କୁ ଗଳାକାଟି ହତ୍ୟା, ଖେଳିଗଲା ଆତଙ୍କ…

ଭୋପାଳ: ପୁଣି ଏକ ବୀଭତ୍ସ ହତ୍ୟା। ଚଳନ୍ତା ଟ୍ରେନରେ ଯୁବତୀଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ। ରକ୍ତ ରଞ୍ଜିତ ହେଲା ଷ୍ଟେସନ। ମଧ୍ୟପ୍ରଦେଶ ସିହୋର ଷ୍ଟେସନରେ ଘଟିଛି ଏଭଳି ଲୋମଟାଙ୍କୁରା କାଣ୍ଡ। ମଙ୍ଗଳବାର ରାତିରେ ଯୁବତୀଙ୍କ ମୃତଦେହ ମିଳିବା ପରେ ଖେଳିଯାଇଛି ଆତଙ୍କ।

ସୂଚନାନୁସାରେ ଇନ୍ଦୋରରୁ ବିଳାସପୁର ଯାଉଥିଲା ନର୍ମଦା ଏକ୍ସପ୍ରେସ। ଆଉ ଏଥିରେ ନିଜ ଭାଇକୁ ଭେଟିବାକୁ ଭୋପାଲ ବାହାରିଥିଲେ ଜଣେ ଯୁବତୀ। ଏହି ସମୟରେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଯୁବତୀଙ୍କ ଗଳାକାଟି କରିଥିଲେ ହତ୍ୟା। ଯାହାକୁ ନେଇ ଘଟଣାସ୍ଥଳରେ ଆଲୋଡନ ସୃଷ୍ଟି ହୋଇଛି। ମୃତଦେହ ଠାବ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ  ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଏହି ଛାତିଥରା ଦୃଶ୍ୟ ପରେ ପ୍ରାୟ ୨ ଘଣ୍ଟା ଧରି ଷ୍ଟେସନରେ ଅଟକି ରହିଥିଲା ଟ୍ରେନ। ତେବେ ସିହୋର ଷ୍ଟେସନଠୁ ୨ କିଲୋମିଟର ପୂର୍ବରୁ ସିଟରେ ବସିବାକୁ ନେଇ କିଛି ପିଲାଙ୍କ ମଧ୍ୟରେ କଥା କଟାକଟି ହେଉଥିବା ନେଇ କିଛି ଲୋକ କହିଛନ୍ତି। ଘଟଣାରୁ ପ୍ରକାଶ ଯେ ଯୁବତୀଙ୍କ ବାପା ଜେଲରେ ଥିବାରୁ ତାଙ୍କୁ ମୁକୁଳାଇବାକୁ ପ୍ରୟାସ କରୁଥିଲେ ସେ। ଏଥିପାଇଁ ଭାଇକୁ ଭେଟିବାକୁ ଯାଉଥିଲେ ଭୋପାଳ। ଅନ୍ୟପଟେ ଟ୍ରେନରେ ଯୁବତୀଙ୍କୁ କିଛି ଲୋକ ହଇରାଣ କରୁଥିବା ନେଇ ଯୁବତୀଙ୍କ ଭାଇ ପୋଲିସକୁ ଜଣାଇଥିଲେ। ତେବେ ପୋଲିସ ପହଂଚିବା ପରେ ଯୁବତୀଙ୍କ ମୃତ ଦେହ ଦେଖିବାକୁ ପାଇଥଲେ। ସେପଟେ ଏହି ଘଟଣାରେ ସନ୍ଦେହ କରି ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି ପୋଲିସ।

 

Get real time updates directly on you device, subscribe now.