fbpx

କେରଳ ଛୁଇଁଲା ମୌସୁମୀ ବାୟୁ, ଜାଣନ୍ତୁ ଓଡିଶା ଆସିବ କେବେ ?

ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ସ୍ପର୍ଶ କରିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୨ ଦିନ ବିଳମ୍ବରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁଛି । କେରଳ ଛୁଇଁବାର ୧୦ କି ୧୨ ଦିନ ପରେ ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ଆଇଏମଡି କହିଛନ୍ତି । ଅର୍ଥାତ୍ ରଜ ବେଳକୁ ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ଆଶଙ୍କା କରାଯାଉଛି । ଚଳିତଥର ୧୦୧ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରାଯାଇଛି । ଜୁନ ୩ ସୁଦ୍ଧା ରାଜ୍ୟରେ ମୌସୁମୀ ପ୍ରବେଶ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଥିଲେ ।

ତେବେ ସାରା ଦେଶରେ ସ୍ୱାଭାବିକ ମୌସୁମୀ ଥିଲେ ବି ଉତ୍ତର ପୂର୍ବାଞ୍ଚଳରେ ଏହାର ପ୍ରଭାବ କମ୍ ପଡିବ । ଉତ୍ତର-ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ସ୍ୱାଭାବିକ ବର୍ଷା ରହିବ । ଅନ୍ୟପଟେ ଉତ୍ତର ପୂର୍ବାଞ୍ଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହେବା ନେଇ ଆକଳନ କରାଯାଇଛି ।

Get real time updates directly on you device, subscribe now.