fbpx

ଦ ଫ୍ୟାମିଲି ମେନ୍ -୨ ରିଲିଜ୍ ପୂର୍ବରୁ ଟ୍ୱିଟରରେ ଟ୍ରେଣ୍ଡ କରୁଛି #Shameonyousamantha

ମୁମ୍ବାଇ: ରିଲିଜ୍ ହେବାକୁ ଯାଉଛି ଚର୍ଚ୍ଚିତ ୱେବ୍ ସିରିଜ୍ ଦ ଫ୍ୟାମିଲି ମେନ୍ -୨ । ଏହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର୍ ଧରିଛି । ତେବେ ସିରିଜ୍ ଟି ରିଲିଜ୍ ହେବା ପୂର୍ବରୁ ବିବାଦରେ ଫସିଯାଇଛି । ଏଥିରେ ବଲିଉହ୍ ଅଭିନେତା ମନୋଜ୍ ବାଜପେୟୀ ଏବଂ ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମଂଥା ଅକ୍କିନେନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ହେଲେ ତାମିଲ ଦର୍ଶକ ମାନେ ଏହାକୁ ନେଇ ବିରୋଧ କରିଛନ୍ତି । ସେମାନେ ଏହି ୱେବ୍ ସିରିଜ୍ ରିଲିଜ୍ ହେବାକୁ ଦେଉନଥିବା ଜଣାପଡିଛି । ହେଲେ ଏହାକୁ ରିଲିଜ୍ କରିବାକୁ ସବୁପ୍ରକାର ପ୍ରସ୍ତୁତି ସରିଥିବା ବେଳେ ଟ୍ୱିଟର୍ ରେ #Shameonyousamantha ଟ୍ରେଣ୍ଡ କରୁଛି ।

ତାମିଲ ଦର୍ଶକ ମାନଙ୍କ କହିବା କଥା ଯେ, ଏହାର ଅନ୍ୟ ଏକ ସିରିଜ୍ ରେ ତାମିଲ ମାନଙ୍କୁ ଆପତ୍ତିଜନକ ଭାବରେ ଦର୍ଶାଯାଇଛି । ତେଣୁ ଏହି ସିରିଜ୍ ର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଏକଜୁଟ୍ ହୋଇଛନ୍ତି ତାମିଲ ଦର୍ଶକ । ଖାଲି ସେତିକି ନୁହେଁ, ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର୍ ଙ୍କ ପାଖକୁ ତାମିଲନାଡୁର ଆଇଟି ମନ୍ତ୍ରୀ ଟି ମନୀ ଥଙ୍ଗରାଜ କହିଛନ୍ତି ଯେ, ଟ୍ରେଲର୍ ରେ ତାମିଲ୍ ମାନଙ୍କୁ ଭୁଲ୍ ଭାବରେ ଦେଖାଇବାକୁ ଚେଷ୍ଟା କରାଯାଇଛି ।

ଏହାକୁ ନେଇ ସିରିଜ୍ ର ନିର୍ଦ୍ଦେଶକ ରାଜ୍ ଏବଂ ଡିକେ କହିଛନ୍ତି ଯେ, ଦ ଫ୍ୟାମିଲି ମେନ୍ -୨ରେ ସମସ୍ତ ବର୍ଗର ଲୋକଙ୍କୁ ସମାନ ଭାବରେ ଗୁରୁତ୍ୱ ଦିଆଯାଇଛି । କୌଣସି ଜାତିର ଭାବଦାକୁ ଆଘାତ କରିବା ପରି କିଛି ବି ଦର୍ଶାଯାଇନାହିଁ । ହେଲେ ଟ୍ରେଲର୍ ରେ ଦେଖାଯାଇଥିବା କିଛି ସିନ୍ କୁ ନେଇ ଲୋକ ମାନେ ନାନା ପ୍ରକାରର ବିରୋଧ ପ୍ରଦର୍ଶନ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଶୋ’ ର ଅନେକ କଳାକାର, କ୍ରିଏଟିଭ୍ ଏବଂ ଲେଖନୀ ଟିମ୍ ହେଉଛନ୍ତି ତାମିଲ । ଆମେ ତାମିଲ ଲୋକଙ୍କ ଭାବନା ସହ ଜଡିତ ଅଛୁ ।

Get real time updates directly on you device, subscribe now.