fbpx

ଦ୍ୱିତୀୟ ମେଡ-ଇନ୍ ଇଣ୍ଡିଆ ଟିକା ପାଇଁ କେନ୍ଦ୍ର ପକ୍ଷରୁ ହେଲା ଡିଲ୍, ବୁକ୍ ହୋଇଛି ୩୦ କୋଟି ଡୋଜ୍

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ହେଲେ ଟିକାର ଅଭାବ କାରଣରୁ ଅନେକ ନାଗରିକ ବର୍ତ୍ତମାନ ଟିକା ନେଇପାରିନାହାନ୍ତି । ତେବେ ଟିକାର ଅଭାବକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଟିକାକରଣର ପ୍ରକ୍ରିିୟାକୁ ତ୍ୱରାନ୍ୱିତ କରିବାକୁ ପ୍ରୟାସ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ହାଇଦ୍ରାବାଦ୍ ସ୍ଥିତ ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋଲଜିକାଲ-ଇ କୋଭିଡ୍ ଟିକାର ୩୦ କୋଟି ଡୋଜ୍ କିଣିବାକୁ ଯାଉଛନ୍ତି । ତେଣୁ ଟିକା ସଂରକ୍ଷଣ ପାଇଁ ଚୁକ୍ତିନାମା ଚୂଡାନ୍ତ କରାଯାଇଛି । ମନ୍ତ୍ରାଳୟ ଏଥିପାଇଁ ୧୫୦୦ କୋଟି ଟଙ୍କା ଅଗ୍ରିମ ଦେୟ ପ୍ରଦାନ କରୁଛି । ଏନେଇ ଏକ ବିବୃତ୍ତିରେ କୁହାଯାଇଛି ଯେ, ଟିକା ଡୋଜର ଉତ୍ପାଦନ ଏବଂ ସଂରକ୍ଷଣ ଚଳିତ ବର୍ଷ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ବାୟୋଲଜିକାଲ୍-ଇ ଦ୍ୱାରା କରାଯିବ ।

ତେବେ ପୂର୍ବରୁ ହିଁ ବାୟୋଲଜିକାଲ୍-ଇ କୋଭିଡ୍ ଟିକାରର ପ୍ରଥମ ଏବଂ ଦ୍ୱିତୀୟ କ୍ଲିନିକାଲ୍ ଟ୍ରାଏଲ୍ ସକାରାତ୍ମକ ଆସିଛି । ଏହାପରେ ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ପାଇଁ ଅନୁମତି ଦିଆଯାଇଛି । ତେଣୁ ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ କରାଯାଉଛି । ତେବେ ବାୟୋଲଜିକାଲ୍-ଇ ଦ୍ୱାରା ବିକଶିତ କରାଯାଉଥିବା ଏହି ଟିକା ହେଉଛି ‘ଆରବିଡି ପ୍ରୋଟିନ୍ ସବ୍ ୟୁନିଟ୍’ ଟିକା । ଏହା ଆଉ କିଛି ମାସ ଭିତରେ ଉପଲବ୍ଧ ହୋଇଯିବ । ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, କୋଭିଡ -୧୯ ପାଇଁ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ଅଫ୍ ଭ୍ୟାକ୍ସିନ୍ ଆଡମିନିଷ୍ଟ୍ରେସନ୍ (ଏନଇଜୀବିଏସ୍) ବାୟୋଲୋଜିକାଲ୍-ଇ ପ୍ରସ୍ତାବକୁ ବିଚାର କରିବା ପରେ ଅନୁମୋଦନ ପାଇଁ ସୁପାରିଶ କରାଯାଇଥିଲା ।

ବାୟୋଲୋଜିକାଲ୍-ଇ ସହିତ ଟାଇ-ଅପ୍ ହେଉଛି ଟୀକାକରଣକାରୀଙ୍କୁ R&D ସହାୟତା ତଥା ଆର୍ଥିକ ସହାୟତା ଯୋଗାଇ ଦେଶୀ ଟିକା ପ୍ରସ୍ତୁତକାରୀଙ୍କୁ ଉତ୍ସାହିତ କରିବା । ପ୍ରଥମ ପର୍ୟ୍ୟାୟରୁ ତୃତୀୟ ପର୍ୟ୍ୟାୟ ପର୍ୟ୍ୟନ୍ତ ବାୟୋଲୋଜିକାଲ୍-ଇ ର ସମ୍ଭାବ୍ୟ କୋଭିଡ୍ ଟିକା ଅଧ୍ୟୟନରେ କେନ୍ଦ୍ର ପକ୍ଷରୁ ଅନେକ ସହାୟତା ପ୍ରଦାନ କରାଯାଇଛି । ବାୟୋଟେକ୍ନୋଲୋଜି ବିଭାଗ କେବଳ ୧୦୦ କୋଟିରୁ ଅଧିକ ଟଙ୍କା ସହାୟତା ଯୋଗାଇ ଆର୍ଥିକ ସହାୟତା ପ୍ରଦାନ କରିନାହିଁ ବରଂ ସମସ୍ତ ପ୍ରକାର ଅଧ୍ୟୟନ ପାଇଁ ବାୟୋଲୋଜିକାଲ-ଇ ସହ ସହଭାଗୀ ହୋଇଛି।

Get real time updates directly on you device, subscribe now.