fbpx

ଓଡିଶାରେ ଆଉ ୧୫ ଦିନ ଭିତରେ କମିବ କରୋନା ସଂକ୍ରମଣ: ILS ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ରେକର୍ଡସ୍ତରରେ ପହଞ୍ଚିଛି । ଏହାରି ମଧ୍ୟରେ ରାଜ୍ୟରେ କରୋନା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ସେ କହିଛନ୍ତି ଯେ, ଓଡିଶାରେ ଆଉ ୧୦ରୁ ୧୫ ଦିନ ଭିତରେ କରୋନା ସଂକ୍ରମଣ କମିବ । ମେ’ ୧୫ରୁ ୨୫ ପର୍ଯ୍ୟନ୍ତ ଓଡିଶାରେ କରୋନା ମହାମାରୀ ପିକରେ ଥିଲା । ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଭଳି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି । ମୃତ୍ୟୁହାରରେ ଜାତୀୟ ସ୍ତରଠୁ ଓଡିଶାର ସ୍ଥିତି ଖୁବ ଭଲ ଅଛି । ଅନ୍ୟ ରୋଗ ପାଇଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ବଢୁଛି । ଲୋକଙ୍କ ଅବହେଳା ଯୋଗୁଁ ଓଡିଶାରେ ମୃତ୍ୟୁସଂଖ୍ୟା ବଢୁଥିବା କହିଛନ୍ତି ଅଜୟ ପରିଡା ।

ବର୍ତ୍ତମାନ ଦେଶରେ B1.617.2 ଭୂତାଣୁ ଦେଖା ଦେଇଛି । ୬୦% ଲୋକଙ୍କୁ ଏହି ଭୁତାଣୁ ସଂକ୍ରମିତ କରୁଛି। ଓଡ଼ିଶାରେ ବି ସମାନ ଅନୁପାତରେ ସମାନ ଭୁତାଣୁ ଦେଖା ଦେଇଛି ବୋଲି କହିଛନ୍ତି ଅଜୟ ।

ତେବେ ରାଜ୍ୟରେ ଆଜି ୮ ହଜାର ୮୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୯୪୮ ଓ ସ୍ଥାନୀୟ ଅଞ୍ଚଳରୁ ୩୮୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୦ ହଜାର ୯୭୦କୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ୪୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ଆଜି ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି କଟକ ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ, ବୌଦ୍ଧ, ଝାରସୁଗୁଡା ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ବଲାଙ୍ଗିର, ଦେବଗଡ, ଗଜପତି, କେନ୍ଦ୍ରାପଡା, ନବରଙ୍ଗପୁର ଓ ରାୟଗଡାରୁ ୨ ଜଣ ଲେଖାଏଁ, ବରଗଡ, ଭଦ୍ରକ, ଗଞ୍ଜାମ, ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨,୮୭୩କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.