fbpx

ଏସପି ବାଲସୁବ୍ରମଣ୍ୟମଙ୍କ ୭୫ତମ ଜନ୍ମବାର୍ଷିକୀ, ସ୍ମୃତିଚାରଣ କରୁଛନ୍ତି ପ୍ରଶଂସକ

ନୂଆଦିଲ୍ଲୀ: ଆଜି ହେଉଛି କିମ୍ବଦନ୍ତୀ ଗାୟକ ଏସପି ବାଲସୁବ୍ରମଣ୍ୟମ୍ ଙ୍କ ୭୫ତମ ଜନ୍ମବାର୍ଷିକୀ । ସେ ଅନେକ ମନଲୋଭା ଗୀତ ଗାଇ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପାଗଳ କରିଛନ୍ତି । ତେବେ ଆଜି ତାଙ୍କ ବାର୍ଷିକୀରେ ପ୍ରଶଂସକ ମାନେ ତାଙ୍କୁ ମନେ ପକାଇଛନ୍ତି । ଗତବର୍ଷ ସେପ୍ଟେମ୍ବର ୨୫ ତାରିଖରେ କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସକୁ ଭାଇରସ୍ ବ୍ୟାପିଯାଇଥିଲା । ଯାହାଫଳରେ ତାଙ୍କର ଦେହାନ୍ତ ହୋଇଥିଲା ।

ବାଲସୁବ୍ରମଣ୍ୟମ୍ ତାଙ୍କର ଚମତ୍କାର ସ୍ୱରରେ ଲୋକଙ୍କ ମନ କିଣିଥିଲେ । ତେବେ ସେ ଖାଲି ଗାୟକ ନୁହଁନ୍ତି ବରଂ ଏକାଧାରରେ ଅଭିନେତା, ମ୍ୟୁଜିକ୍ ଡାଇରେକ୍ଟର୍ , ଡବିଂ ଆର୍ଟିଷ୍ଟ ଏବଂ ଫିଲ୍ମ ପ୍ରଡ୍ୟୁସର୍ ମଧ୍ୟ । ସେ ଏକାଧିକ ଭାଷାରେ ଗୀତ ପରିବେଷଣ କରିଛନ୍ତି । ସେ ୪୦ ହଜାରରୁ ଅଧିକ ଗୀତ ଗିନିଜ୍ ବୁକ୍ ରେକର୍ଡ ମଧ୍ୟ କରିଛନ୍ତି । ସେ ନିଜ ଜୀବନରେ ଅନେକ ସଫଳତା ହାସଲ କରିଛନ୍ତି । ୬ଟି ଜାତୀୟ ପୁରସ୍କାର, ୨୫ଟି ନନ୍ଦୀ ଆୱାର୍ଡ, ଗୋଟିଏ ଫିଲ୍ମ ଫେୟାର୍ ଆୱାର୍ଡ ହାସଲ କରିବା ସହିତ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣରେ ମଧ୍ୟ ସେ ମଣ୍ଡିତ ହୋଇଛନ୍ତି ।

Get real time updates directly on you device, subscribe now.