fbpx

ଦେହ ବ୍ୟବସାୟ ଚଳାଉଛନ୍ତି କଂଗ୍ରେସ ନେତା! ଖୋଲୁଛି ଦୀର୍ଘବର୍ଷର ଗୁମର

ଭୁବନେଶ୍ୱର: ନିଜ ସ୍ୱାର୍ଥ ହାସଲ ପାଇଁ ଓ ରାଜନୀତିକ ଫାଇଦା ପାଇଁ ନେତାମାନେ କେତେ ତଳକୁ ଖସିପାରନ୍ତି! ହତ୍ୟା, ଲୁଣ୍ଠନ, ଦୁର୍ନୀତି ସମେତ ଦୁଷ୍କର୍ମ ଆଦି ଅପରାଧିକ ମାମଲାରେ ଜଡ଼ିତ ରହିଥିବା ନେତାମାନଙ୍କ ବାସ୍ତବ କାହାଣୀ ତାଲିକା ଖୁବ୍ ଲମ୍ବା । ନେତାମାନେ କହୁଥିବା ଓ କରୁଥିବା ଭିତରେ ଥାଏ ଆକାଶ-ପାତାଳର ପାର୍ଥକ୍ୟ । ଏପରିକି ବେଳେବେଳେ ଚିତ୍ରକୁ ବିଶ୍ୱାସ କରିହେବ କିନ୍ତୁ ତଥାକଥିତ ନେତାଙ୍କ ଚରିତ୍ରକୁ ଭରସା କରିବା ବଡ଼ କଷ୍ଟକର ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଠିକ୍ ଏଭଳି ଜଣେ ନେତା ନିଜ ରାଜନୀତିକ ଫାଇଦା ହାସଲ୍ ପାଇଁ ଦୀର୍ଘବର୍ଷ ଧରି ସହରରେ ଚଳାଇ ଆସୁଛନ୍ତି ଦେହ ବ୍ୟବସାୟ । ଆଉ ତାଙ୍କର ଏହି କଳାକାରନାମାର ଗୁମର ଧୀରେ ଧୀରେ ଫିଟିବାରେ ଲାଗିଛି । ଲୋକେ ବୁଝିଗଲେଣି କିଏ ସେହି ନେତା । ଏହାପରେ ଗଳି-କନ୍ଦି ସବୁଠି ଏନେଇ ଚର୍ଚ୍ଚା । ତେବେ କିଏ ସେହି ନେତା? ସେ କାହିଁକି ପରଦା ପଛରେ ରହି ରିଂ ମାଷ୍ଟର୍ ଭଳି ଖେଳ ଚଳାଇଛନ୍ତି?

ସୂଚନା ଅନୁସାରେ ଜଳନ୍ଧର ସହରରେ ଥିବା ମଡେଲ୍ ଟାଉନ୍ କ୍ଳାଉଡ୍ ସ୍ପା ସେଣ୍ଟରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ଘଟଣା ପରେ ପରେ ଅସଲ ଗୁମର ଖୋଲିବାରେ ଲାଗିଛି । ସହରରେ ଦୀର୍ଘବର୍ଷ ଧରି ସେକ୍ସ ର୍ୟାକେଟ୍ ଚାଲିଥିବା ସମ୍ପ୍ରତି ଲୋକଲୋଚନକୁ ଆସିଗଲାଣି । ଅୟସୀ ପାଇଁ ଲବି କରୁଥିବା କାର୍ପଟଦାର ବିଷୟରେ ମଧ୍ୟ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଲାଣି ।

ସ୍ପା ସେଣ୍ଟର ସହ ଅୟସୀ ଲବି ଲିଙ୍କ:

ସହରର ସ୍ପା ସେଣ୍ଟରରେ ଯେଭଳି ଜଣେ ନାବାଳିକାକୁ ଟାର୍ଗେଟ୍ କରି ଶୋଷଣ କରାଗଲା, ଏଥିରେ ‘ଅୟସୀ ଲବି’ ବା ଦେହ ବ୍ୟବସାୟ ଚଳାଉଥିବା ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଜଣାପଡ଼ିଛି । ଏହି ର୍ୟାକେଟ୍ ଚଳାଉଥିବା କେତେକ ଅସାମାଜିକ ଏଥିରେ ସାମିଲ୍ ହୋଇଥିଲେ । ସ୍ପା ସେଣ୍ଟର୍ ମାଲିକ ସମେତ ତା’ ପାଇଁ କାମ କରୁଥିବା କର୍ମଚାରୀଙ୍କ ଏହି ଅୟସୀ ଗ୍ୟାଙ୍ଗ ସଦସ୍ୟଙ୍କ ଭଲ ପରିଚୟ ରହିଛି । ତେବେ ଗ୍ୟାଙ୍ଗ ସଦସ୍ୟଙ୍କୁ ପୋଲିସ୍ କାବୁ କରିନେବା ପରେ ଲବି ଆରମ୍ଭ ହୋଇଯାଇଥିଲା ଓ ସେମାନଙ୍କୁ ମୁକୁଳାଇବାକୁ ଉଦ୍ୟମ କରାଗଲା । ଆଉ ନିଜ ବୋଲକରାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବା ଭିତରେ ହିଁ ପରଦା ପଛର ରିଂ ମାଷ୍ଟର୍ ଚେହେରା ସାମ୍ନାକୁ ଆସିଯାଇଛି ଏବଂ ଲୋକେ ଜାଣିସାରିଲେଣି ।

କିଏ ଏହି କେଳେଙ୍କାରୀର ନାୟକ:

ଚର୍ଚ୍ଚା ହେଉଛି ଯେ ସହରର ଚାଲିଥିବା ଦେହ ବ୍ୟବସାୟର ସୂତ୍ରଧର ତଥା କେଳେଙ୍କାରୀର ରିଂ ମାଷ୍ଟର୍ ହେଉଛନ୍ତି ଜଣେ କଂଗ୍ରେସ ନେତା । ସେ ଆଉ କେହି ନୁହନ୍ତି, ସ୍ପା ସେଣ୍ଟର୍ରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମର ଅଭିଯୁକ୍ତ ଅରଶଦକୁ ବଞ୍ଚାଇବା ବ୍ୟକ୍ତି ହିଁ ଅସଲ ଚେହେରା । ନିଜ ଦୋଷ ଲୁଚାଇବା ପାଇଁ ଦୁଷ୍କର୍ମ ଅଭିଯୁକ୍ତକୁ ମୁକୁଳାଇବାକୁ ଉଦ୍ୟମ କରିବା ଭିତରେ ଲୋକେ ବୁଝିଗଲେ ଯେ ଦେହ ବ୍ୟବସାୟର ସୂତ୍ରଧର ସେହି କଂଗ୍ରେସ ନେତା ।

ଲେଉଟୁଛି ପୁରୁଣା ଫର୍ଦ୍ଦ:

କିଛି ବର୍ଷ ପୂର୍ବେ ଜଳନ୍ଧରଠୁ ଆରମ୍ଭ କରି ସାରା ପଞ୍ଜାବରେ ହଇଚଇ ହୋଇଥିଲା ଏକ ପ୍ରସଙ୍ଗ । ବରିଷ୍ଠ ନେତୃବୃନ୍ଦଙ୍କୁ ଖୁସ୍ କରିବା ପାଇଁ ଜଳନ୍ଧରର ଜଣେ କଂଗ୍ରେସ ନେତା ରୁଷିଆ-ଥାଇଲ୍ୟାଣ୍ଡ ଭଳି ଦେଶରୁ  ସୁନ୍ଦରୀ ଲଳନାମାନଙ୍କୁ ନିୟୋଜିତ କରାଉଥିଲେ । ନିଜକୁ ପ୍ରତିଷ୍ଠିତ କରିବା ପାଇଁ ତଥା ବଡ଼ ପଦବୀ ହାସଲ କରିବା ନେଇ ସମ୍ପୃକ୍ତ ନେତା ଜଣଙ୍କ ଏଭଳି ବିଦେଶୀ ଝିଅମାନଙ୍କୁ ବ୍ୟବହାର କରୁଛନ୍ତି ବୋଲି ସେ ସମୟରେ ଚର୍ଚ୍ଚା ହୋଇଥିଲା । ଏପରିକି ଜମ୍ମୁ ଅଭିମୁଖେ ଯାଉଥିବା ଟ୍ରେନ୍ରେ ଜଳନ୍ଧର ଷ୍ଟେସନରୁ ବିଦେଶୀ ଲଳନାମାନଙ୍କୁ ପଠାଯାଉଥିଲା । ଏଥିସହ ଏକ ଲାଲ୍ ରଙ୍ଗର କାର୍ ଟ୍ରେନ୍ କୁ ଦୃଷ୍ଟିରେ ରଖି କିଛି ଷ୍ଟେସନ୍ ପର୍ଯ୍ୟନ୍ତ ଯାଉଥିଲା । କାର୍ ମଧ୍ୟରେ ଥିବା ନେତାଙ୍କ ପସନ୍ଦ ହୋଇଗଲେ ସେହ ଯୁବତୀଙ୍କୁ ପୁଣି ସେହି କାର୍ରେ ଅଣାଯାଉଥିଲା ବୋଲି ମଧ୍ୟ କୁହାଯାଉଛି ।

ଏଭଳି ଚର୍ଚ୍ଚାର ସହର ପାଲଟିଥିବା ଜଳନ୍ଧରରେ ପୋଲିସ୍ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ସମୟ କହିବ । ତେବେ ଦେହ ବ୍ୟବସାୟ ଚଳାଉଥିବା ସୂତ୍ରଧର ସହ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି । ତୁରନ୍ତ ଏଭଳି ଗନ୍ଧିଆ ଧନ୍ଦାକୁ ସହରରେ ବନ୍ଦ କରିବା ପାଇଁ ମଧ୍ୟ ସବୁ ମହଲରୁ ସ୍ୱର ତେଜିବାରେ ଲାଗିଛି ।

Get real time updates directly on you device, subscribe now.