fbpx

ମରିସସ୍ ର ପୂର୍ବତନ ରାଷ୍ଟ୍ରପତିଙ୍କ ଦେହାନ୍ତରେ ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ଘୋଷଣା

ନୂଆଦିଲ୍ଲୀ: ମରିସସ୍ ର ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥଙ୍କ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଭାରତ ସରକାର ଆସନ୍ତା କାଲି ଶନିବାର ଦିନ ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ଶୁକ୍ରବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଘୋଷଣା କରାଯାଇଥିଲା ଏବଂ ଏହା କୁହାଯାଇଥିଲା ଯେ ମରିସସର ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥଙ୍କ ଦେହାନ୍ତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ଏବଂ ଏହି ସମୟରେ ସମ୍ମାନ ଉଦ୍ଦେଶ୍ୟରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନିରୁଦ୍ଧ ଜଗନ୍ନାଥଙ୍କ ପୁଅ ତଥା ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥଙ୍କୁ ଅନିରୁଦ୍ଧ ଜଗନ୍ନାଥଙ୍କ ଦେହାନ୍ତର ସମବେଦନା ଜଣାଇଛନ୍ତି। ଜୁନ୍ ୩, ୨୦୨୧ ରେ ଅନିରୁଦ୍ଧ ଜଗନ୍ନାଥଙ୍କର ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମରିସସର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଅନିରୁଦ୍ଧ ଜଗନ୍ନାଥଙ୍କ ପୂର୍ବପୁରୁଷମାନେ ୟୁପିର ବାଲିଆ ଜିଲ୍ଲାର କିର୍ସାଡା ଥାନା ଅନ୍ତର୍ଗତ ଆଥିଲପୁରା ଗ୍ରାମରେ ରହୁଥିଲେ। ଖବର ଅନୁଯାୟୀ, ଅନିରୁଦ୍ଧଙ୍କ ପିତା ବିଦେଶୀ ଯାଦବ ଏବଂ ଦାଦା ଝୁଲଇ ଯାଦବଙ୍କୁ ୧୮୭୩ ମସିହାରେ ବ୍ରିଟିଶ ସରକାର ମରିସସକୁ ପଠାଇ ଥିଲେ। ଆଜି ଏହି ପରିବାର ମରିସସର ସବୁଠାରୁ ପ୍ରତିଷ୍ଠିତ ରାଜନୈତିଜ୍ଞ ଭାବରେ ଜଣାଶୁଣା ।

 

Get real time updates directly on you device, subscribe now.