fbpx

କରଦାତାଙ୍କୁ ବଡ ଆଶ୍ୱସ୍ତି, ଏବେ ମୋବାଇଲରେ ଭରି ପାରିବେ ଆୟକର ରିଟର୍ଣ୍ଣ

ନୂଆଦିଲ୍ଲୀ : ଆୟକର ବିଭାଗ ଟିକସଦାତାଙ୍କୁ ଏକ ବଡ ଆଶ୍ୱସ୍ତି ଦେବାକୁ ଯାଉଛି। ଏହି ସୁବିଧା ଆଧାରରେ ଜୁନ ୭ରୁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ମୋବାଇଲରେ ଭରା ଯାଇ ପାରିବ । ସୂଚନାଯୋଗ୍ୟ, ଆଇଟିଆର ଫାଇଲିଂର ପ୍ରକ୍ରିୟା ଇ-ଫାଇଲିଙ୍ଗ ୱେବସାଇଟ୍ incometaxindiaefiling.gov.in କୁ ବନ୍ଦ କରାଯିବାର ଛଅ ଦିନ ପରେ ୨୦୨୧ ମେ ୩୧ ମଧ୍ୟ ରାତ୍ରରେ ଏହା ଉପରେ ରୋକ୍ ଲଗାଯାଇଛି । ଫାଇଲିଙ୍ଗ ପ୍ରକ୍ରିୟା ଜୁନ ୭ରେ ପୁନର୍ବାର ଆରମ୍ଭ ହେବ । ଏହା ପୂର୍ବରୁ ଜୁନ ୬ରେ ନୂତନ ଇ-ଫାଇଲିଂ ୱେବସାଇଟ ଲଂଚ୍ କରାଯିବ।

ଏହି ପୋର୍ଟାଲର ନାମ ‘ଇ-ଫାଇଲିଂ ୨.୦’ ରଖାଯିବ । ଏତିସହ ବିଭାଗର ଇ-ଫାଇଲିଂ ପାଇଁ ଚାଲୁଥିବା ପୁରୁଣା ପୋର୍ଟାଲକୁ ବନ୍ଦ କରି ଦିଆଯିବ । ନୂତନ ପୋର୍ଟାଲ ଜରିଆରେ କରଦାତା ମୋବାଇଲ ଫୋନରେ ସହଜରେ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ଦାଖଲ କରି ପାରିବେ । ଏହି ପୋର୍ଟାଲରେ ପୂର୍ବରୁ ଭରା ଯାଇଥିବା ଆୟକର ରିଟର୍ଣ୍ଣର ଫର୍ମ ମଧ୍ୟ ଆପଣଙ୍କୁ ଦିଆଯିବ । ଏଥିସହ ଅନେକ ସୁବିଧା ନୂତନ ପୋର୍ଟାଲରେ ଉପଲବ୍ଧ ରହିବ ।

 

ଏମିତି ଭରି ପାରିବେ ରିଟର୍ଣ୍ଣ

ଏଥିପାଇଁ ଆପଣଙ୍କୁ ପ୍ରଥମେ http://incometax.gov.inରେ ଯିବାକୁ ପଡିବ । ଏହା ନୂତନ ୱେବସାଇଟର ଲିଙ୍କ୍ । ବିଶେଷଜ୍ଞଙ୍କ ଅନୁଯାୟୀ ନୂତନ ଫାଇଲିଂ ୱେବସାଇଟରେ କରଦାତା ସହଜରେ ମୋବାଇଲ ଜରିଆରେ ନିଜର ରିଟର୍ଣ୍ଣ ଫାଇଲ ଦାଖଲ କରି ପାରିବେ । ନୂତନ ଇ-ଫାଇଲିଂ ୱେବସାଇଟରେ ଫାଇଦା ମିଳିବ ବୋଲି ଆଶା କରାଯାଉଛି ।

ମୋବାଇଲ ଆପ୍‌

ଏଥି ସହ ଏକ ମୋବାଇଲ ଆପ୍ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏଥିରେ ମୋବାଇଲ ନେଟୱର୍କରେ ସମସ୍ତ ମୁଖ୍ୟ କାମ ପାଇଁ ଏକ୍ସେସ୍ ମିଳିବ । ଏହି ପୋର୍ଟାଲର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫିଚର୍ସକୁ ମୋବାଇଲ ଆପରେ ଉପଲବ୍ଧ କରାଯିବ । କିନ୍ତୁ ବର୍ତମାନ ପ୍ରଚଳିତ ବ୍ୟବସ୍ଥାରେ ଟ୍ୟାକ୍ସ ଭରିବା ପାଇଁ କୌଣସି ମୋବାଇଲ ଆପ୍ ନାହିଁ ।

Get real time updates directly on you device, subscribe now.