fbpx

ଏଣିକି ଘର ତିଆରି କରିବାକୁ ଚାହୁଁଥିଲେ ଗଛ ଲଗାଇବାକୁ ବାଧ୍ୟ, ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୋପାଳ: ଆଜି ସାରା ଦେଶ ପାଳନ କରୁଛି ବିଶ୍ୱ ପରିବେଶ ଦିବସ । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ ତଥା ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ମଧ୍ୟପ୍ରଦେଶରେ ଏବେ ଘର କିମ୍ବା ଫ୍ଲାଟ୍ ତିଆରି କରିବାକୁ ଚାହୁଁଥିଲେ ଗଛ ଲଗାଇବାକୁ ବାଧ୍ୟ । ନଚେତ୍ ଘର ତିଆରି କରିବାକୁ ଅନୁମତି ମିଳିବ ନାହିଁ । ଏହି ନିୟମ ନଗର ନିଗମ, ନଗର ପାଳିକା, ନଗର ପଞ୍ଚାୟତ ସମେତ ସବୁ ଗାଁରେ ଲାଗୁ ହେବ । ଏଥିସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ତିଆରି କରିବାକୁ ଥିବା ଘର ପାଇଁ ବି ଏହି ନିୟମ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଏପରି ଏକ ନିୟମ ଲାଗୁ କରିବାରେ ମଧ୍ୟପ୍ରଦେଶ ହେଉଛି ପ୍ରଥମ ରାଜ୍ୟ ।

Get real time updates directly on you device, subscribe now.