fbpx

ନବ ବିବାହିତାଙ୍କ ଅସ୍ୱାଭାବିକ ମୃତ୍ୟୁ: ମୃତଦେହ ଜବତ କରିବା ସହ ସ୍ୱାମୀକୁ ଅଟକ ରଖିଲା ପୋଲିସ

ବାଲେଶ୍ୱର (ଓଡ଼ିଶା ଭାସ୍କର): ନବ ବିବାହିତା ନାବାଳିକାର ମୃତଦେହକୁ ଶାଶୂଘରୁ ଉଦ୍ଧାର କରିଛି ସଦର ଥାନା ପୋଲିସ । ଏନେଇ ସପନ ବାରିକଙ୍କ ପୁତ୍ର ବିଜୁ ବାରିକ(୧୮)କୁ ପୋଲିସ ଅଟକରଖି ପଚରାଉଚୁରା ଜାରି ରଖିଛି ।

ପୋଲିସର ସୂଚନା ଅନୁସାରେ ଘରବାରି ପଟା ପାଇ ଈଶାଣି ଛକରେ ଗତ କିଛିବର୍ଷ ଧରି ୧୦ରୁ ଅଧିକ ଭୂମିହୀନ ପରିବାର ବସବାସ କରି ଆସୁଥିଲେ । ସପନ ବାରିକ ଓ ନରେନ୍ଦ୍ର ଦାସଙ୍କ ପରିବାର ମଧ୍ୟ ଏହି ବସ୍ତିରେ ମାତ୍ର ୨୫ ମିଟର ଦୂରରେ ରହୁଥିଲେ । ତେବେ ଇତିମଧ୍ୟରେ ନରେନ୍ଦ୍ର ଦାସଙ୍କ କନ୍ୟା ସସ୍ମିତା (୧୬) ଓ ସପନ ବାରିକଙ୍କ ପୁତ୍ର ବିଜୁ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିବା ଯୋଗୁଁ ଗତ ୩ ମାସ ପୂର୍ବରୁ ସେମାନଙ୍କର ବିବାହ ହୋଇଥିଲା । ମାତ୍ର ଶନିବାର ସକାଳେ ସସ୍ମିତାର ମୃତଦେହ ଶୋଇବା ଘରୁ ବାହାରିବା ଦେଖି ବାପ ଘରେଲୋକଙ୍କ ସମେତ ପଡ଼ୋଶୀମାନେ ଏହାକୁ ସ୍ୱାଭାବିକ ମୃତ୍ୟୁଭାବେ ଗ୍ରହଣ କରିପାରି ନଥିଲେ । ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ବାପଘର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ୨୦୫/୨୦୨୧ ନଂ ମାମଲା ରୁଜୁ ସହ ଅଭିଯୁକ୍ତ ସ୍ୱାମୀ ବିଜୁ ବାରିକଙ୍କୁ ଥାନାକୁ ନେଇ ପଚରାଉଚୁରା ଜାରି ରଖିଛି ।
ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଦିଗ ନିର୍ଦ୍ଧାରଣ ହେବ ବୋଲି ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.