fbpx

ଲଦାଖ ସୀମାରୁ ୯୦ ପ୍ରତିଶତ ଯବାନଙ୍କୁ ହଟାଇଲା ଚୀନ

ନୁଆଦିଲ୍ଲୀ: ଗତ ଏକ ବର୍ଷ ହେବ ଭାରତ ଓ ଚୀନ ମଧ୍ୟରେ ବିବାଦ ଲାଗି ରହିଛି । ତେବେ ଆଜି ପୂର୍ବ ଲଦାଖ ସୀମାରେ ୯୦ ପ୍ରତିଶତ ଯବାନଙ୍କୁ ହଟାଇଛି ଚୀନ । ଅତ୍ୟଧିକ ଥଣ୍ଡା ପରିବେଶ ପାଇଁ ଯବାନଙ୍କୁ ବଦଳାଯାଇଛି । ନିୟୋଜିତ ହୋଇଥିବା ଯବାନ ମାନଙ୍କ ମଧ୍ୟରୁ ଯେଉଁମାନେ ଥଣ୍ଡା କାରଣରୁ ଅତିଷ୍ଠ ହୋଇଥିଲେ ସେହି ଯବାନ ମାନଙ୍କୁ ବଦଳାଇଛି ଚୀନ ।

ଗତବର୍ଷ ଏପ୍ରିଲ୍-ମେ ରୁ ହିଁ ଚୀନ ୫୦ ହଜାର ଯବାନଙ୍କୁ ମୁତୟନ କରିଛି । ଦ୍ୱିପାକ୍ଷିକ ଆଲୋଚନା ପାଇଁ ପେଙ୍ଗଙ୍ଗ ହ୍ରଦ ଅଞ୍ଚଳରୁ କିଛି ଯବାନଙ୍କୁ ଫେରାଇ ନିଆଯାଇଛି । ତେବେ ଖାଲି ଚୀନ ନୁହେଁ ବରଂ ଭାରତ ମଧ୍ୟ ଲଦାଖ ସୀମାରୁ ୪୦ରୁ ୫୦ ପ୍ରତିଶତ ଯବାନଙ୍କୁ ପ୍ରତିବର୍ଷ ବଦଳାଇ ଆସୁଛି । ହେଲେ ଆଇଟିପିବିର ଯବାନ ମାନେ ବେଳେବେଳେ ୨ ବର୍ଷରୁ ଅଧିକ ହେବ ଡ୍ୟୁଟି କରୁଛନ୍ତି । ତେବେ ଗତ ୧ବର୍ଷ ଧରି ଆଲୋଚନା ଚାଲିଥିଲେ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ବର୍ତ୍ତମାନ ସୁଦ୍ଧା ଏଲଏସି ରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି ।

Get real time updates directly on you device, subscribe now.