fbpx

ବୟସ ୮୫, ସହଜରେ କରୁଛନ୍ତି ୱାଟର୍ ଏରୋବିକ୍; ଜାଣନ୍ତୁ ସେ କିଏ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ମନ ଦୃଢ଼ କର, ହୁଅ ସଫଳ । ଦୃଢ଼ ମନୋବଳ ହିଁ ସଫଳତାର ମୂଳମନ୍ତ୍ର । ଅର୍ଥାତ ଆପଣଙ୍କ ମନ ଦୃଢ଼ ଥିଲେ ଯେକୌଣସି କାମ କରିବାରେ ଆପଣ ସଫଳ ହୋଇପାରିବେ । ଏପରିକି ବୟସ ବି ଦେଇପାରିବନି ବାଧା । କାରଣ ବୟସ ଯେତେ ବି ହେଉନା କାହିଁକି ନିଜ ଜୀବନର ପ୍ରତିଟି ମୂର୍ତ୍ତକୁ ମନଭରି ଉପଭୋଗ କରିବା ହେଉଛି ପ୍ରତ୍ୟେକ ମଣିଷର ଲକ୍ଷ୍ୟ । ଏଭଳି ଗଭୀର ଆତ୍ମବିଶ୍ୱାସ ଓ ସାଧନା ବଳରେ ଅସାଧ୍ୟକୁ ସହଜରେ ସାଧ୍ୟ କରିପାରୁଥିବା ଅନେକ ଉଦାହର ଆମେ ଜାଣିଛେ । ସେଭଳି ଜଣେ ବିରଳ ବ୍ୟକ୍ତି ୮୫ବର୍ଷ ବୟସରେ ବେଶ୍ ସକ୍ରିୟ । ଖୁବ୍ ସ୍ୱାଭାବିକ ଢଙ୍ଗରେ ସେ କରିପାରୁଛନ୍ତି ୱାଟର୍ ଏରୋବିକ୍ ଏକ୍ସରସାଇଜ୍ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବାସ୍ତବରେ ଏହା କରି ଦେଖାଇଛନ୍ତି ସେ । ସେ ହେଉଛନ୍ତି ବଲିଉଡ୍ ର ଅନ୍ୟତମ ସୁପର୍ ଷ୍ଟାର୍ ଧର୍ମେନ୍ଦ୍ର । ରିଲ୍ ଲାଇଫରେ ତ ତାଙ୍କର ଦକ୍ଷତା ସମସ୍ତେ ଜାଣନ୍ତି, କିନ୍ତୁ ରିୟଲ ଲାଇଫରେ ତାଙ୍କ ଫିଟ୍ନେସର ଦକ୍ଷତା ଜାଣିଲେ ଯେକେହି ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ ।

dhamendra doing water aerobics #OdishaBhaskar

ଧମେନ୍ଦ୍ର ପାର୍ କଲେଣି ୮୫ବର୍ଷ ବୟସ । କିନ୍ତୁ ସେ ୱାଟର୍ ଏରୋବିକ୍ ଏକ୍ସରସାଇଜ୍ କରୁଥିବାର ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ । ବୟସ ଅଧିକ ହେଲେ ମଧ୍ୟ ଜୀବନକୁ କିପରି ସ୍ୱାଭାବିକ ଢଙ୍ଗରେ ଉପଭୋଗ କରାଯାଏ ତାହା ଏହି ଭିଡିଓ ମାଧ୍ୟମରେ ଧର୍ମେନ୍ଦ୍ର ସାବ୍ୟସ୍ତ କରିଛନ୍ତି । ଭିଡିଓଟିରେ ଧର୍ମେନ୍ଦ୍ର ଏକ ସୁମିଂପୁଲରେ ଆରାମରେ ସୁମିଂ କରୁଥିବା ନଜର ଆସିଛନ୍ତି । ଏହା ସହ ସେ ଏରୋବିକ୍ସ କରୁଥିବା ମଧ୍ୟ ଦେଖାଯାଇଛି । ଏହି ଭିଡିଓଟିକୁ ଦେଖି ତାଙ୍କ ଫାନ୍ସମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ୮୫ ବର୍ଷ ବୟସରେ ମଧ୍ୟ ଧମେନ୍ଦ୍ର ଏତେ ଫିଟ୍ ରହିବା କମ୍ କଥା ନୁହେଁ ।

ଧର୍ମେନ୍ଦ୍ର ଲେଖିଛନ୍ତି ଯେ ବନ୍ଧୁଗଣ, ମୁଁ ଭଗବନାଙ୍କୁ ପ୍ରାର୍ଥନା କରି ଶରୀର ସୁସ୍ଥ ରଖିବାକୁ ଯାଇ ୱାଟର ଏରୋବିକ୍ସ ଏବଂ ଅଳ୍ପ ବହୁତ ବ୍ୟାୟାମ ଆରମ୍ଭ କରିଦେଇଛି । ଆପଣମାନେ ବି ସୁସ୍ଥ ରୁହନ୍ତୁ, ଖୁସିରେ ଥାନ୍ତୁ ଏବଂ ଶକ୍ତିଶାଳୀ ହୁଅନ୍ତୁ ବୋଲି କ୍ୟାପ୍ସନ ଦେଇଛନ୍ତି । ସମ୍ପ୍ରତି ଧର୍ମେନ୍ଦ୍ର ନିଜ ଫାର୍ମ ହାଉସରେ ସମୟ ବିତାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.