fbpx

ଡ୍ୟୁଟି ଟାଇମରେ ଚାଲିଲା ‘ଟୁକୁରୁ ଟୁକୁରୁ …..’, ଫସିଲେ ଦୁଇ କନଷ୍ଟେବଳ (ଦେଖନ୍ତୁ ଭିଡିଓ)

ନୂଆଦିଲ୍ଲୀ: ଡ୍ୟୁଟି ସମୟରେ ‘ଟୁକୁରୁ ଟୁକୁରୁ….’ଗୀତରେ ଝୁମିବା ଦୁଇ କନଷ୍ଟେବଳଙ୍କୁ ମହଙ୍ଗା ପଡ଼ିଛି । ଦୁଇଜଣ କନଷ୍ଟେବଳ ବଲିଉଡର ଏହି ଗୀତରେ ଭିଡିଓ ତିଆରି କରିଥିଲେ । ଫଳରେ ଏହି ଦୁଇ ଜଣ କନଷ୍ଟେବଳଙ୍କୁ ଡିସିପି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ଏହି ଦୁଇଜଣ କନଷ୍ଟେ ନୂଆଦିଲ୍ଲୀର ମଡେଲ ପୋଲିସ ଷ୍ଟେସନରେ କାର୍ଯ୍ୟ କରୁଛନ୍ତି । ପୋଲିସ ୟୁନିଫର୍ମ ପିନ୍ଧି ଭିଡିଓ ତିଆରି କରିଥିବା କାରଣ ପାଇଁ ଉଭୟଙ୍କୁ ନୋଟିସ୍ ପଠାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଭିଡିଓ ସୁଟିଂ ସମୟରେ ଉଭୟେ ସାମାଜିକ ଦୂରତା ବଜାୟ ରଖିନଥିଲେ । ଏହାସହ ମହିଳା ଜଣକ ମାସ୍କ ପରିଧାନ କରିଥିବା ବେଳେ ପୁରୁଷ ଜଣକ ମାସ୍କ ପିନ୍ଧିନଥିଲେ । ଉଭୟେ ଶୃଙ୍ଖଳିତ ପୋଲିସ ଅଫିସର ହୋଇ ମଧ୍ୟ ଅଣପେଶାଦାରଙ୍କ ଭଳି ଆଚରଣ କରିଛନ୍ତି । ତେଣୁ ସେମାନଙ୍କୁ ଏହାର ଉତ୍ତର ୧୫ ଦିନ ମଧ୍ୟରେ ଦେବାକୁ ନୋଟିସରେ କୁହାଯାଇଛି । ଭିଡିଓରେ ଜଣେ ପୁରୁଷ ଓ ଜଣେ ମହିଳା କନେଷ୍ଟବଳ ଦେଖାଯାଉଛନ୍ତି । ମାତ୍ର ୧୫ ସେକେଣ୍ଡର ଏହି ଭିଡିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ସ୍ୱଳ୍ପ ଅବଧିର ଭିଡିଓ ପାଇଁ ବର୍ତ୍ତମାନ ଉଭୟଙ୍କ ଚାକିରି ବିପଦ ମଧ୍ୟକୁ ଠେଲି ହୋଇଯାଇଛି ।

Get real time updates directly on you device, subscribe now.