fbpx

ମହିଳା ଜଣକ ବିନ୍ଦାସରେ ଖାଉଥିଲେ ଭୋଜି, ହେଲେ ଫଟୋଗ୍ରାଫର୍ ଆସିବାପରେ…….

ନୂଆଦିଲ୍ଲୀ: ଅନେକ ସମୟରେ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ୍ ହୋଇଥାଏ । ଯାହାକୁ ଦେଖିବା ପରେ ଆମେ ଆମ ହସକୁ କଣ୍ଟ୍ରୋଲ କରିପାରୁନା । ତେବେ କିଛି ଦିନ ହେବ ସୋସିଆଲ ମିଡିଆରେ ବିବାହ ଭୋଜିର ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ହେଉଛି । ଯାହାକୁ ଦେଖି ଆପଣ ମାନେ ହସକୁ ରୋକିପାରିବେନି । ତେବେ ସମସ୍ତଙ୍କ ଖାଦ୍ୟ ଖାଇବା ଅନ୍ଦାଜ୍ ଅଲଗା ଅଲଗା ହୋଇଥାଏ । ଆଉ ସେହି ଅନ୍ଦାଜ୍ ପାଇଁ ଲୋକମାନେ ସେମାନଙ୍କର ମଜାକ୍ ଉଡାନ୍ତି ।

ତେବେ ଭାଇରାଲ୍ ହେଉଥିବା ଭିଡିଓରେ ଜଣେ ମହିଳା ଗୋଟିଏ ପାର୍ଟିରେ ଖୁବ୍ ବିନ୍ଦାସରେ ଖାଇବାର ମଜା ନେଉଥିଲେ । ଆଉ ଆପଣ ମାନେ ଜାଣିଛନ୍ତି ବିବାହ ଓ ଅନ୍ୟ ପାର୍ଟି ମାନଙ୍କରେ ଭୋଜି ସମୟରେ ଫଟୋଗ୍ରାଫର୍ ମାନେ ଖାଇବା ବେଳର ଫଟୋ କ୍ଲିକ୍ କରନ୍ତି ଏବଂ ଭିଡିଓ ମଧ୍ୟ କରନ୍ତି । ଆଉ ସେହି ସମୟରେ ଲୋକମାନେ ଟିକେ ଯତ୍ନବାନ ହୋଇଯାଆନ୍ତି । କାରଣ ସମସ୍ତେ ଚାହାନ୍ତି ଫଟୋ କିମ୍ବା ଭିଡିଓରେ ସୁନ୍ଦର ଭାବରେ ତାଙ୍କ ମୁହଁ ଏବଂ ବେଶ ପୋଷାକ ଆସୁ । ତେବେ ଭିଡିଓରେ ଥିବା ମହିଳା ଜଣକ ମଧ୍ୟ କିଛି ସେହିପରି ହରକତ୍ କରୁଥିବା ନଜର ଆସିଛନ୍ତି ।

ମହିଳା ଜଣକ ଯେତେବେଳେ ହାତରେ ଖାଦ୍ୟ ଉଠାଇବାକୁ ଯାଉଥିଲେ ଠିକ୍ ସେତିକି ବେଳେ ଫଟୋଗ୍ରାଫର୍ ଜଣକ କ୍ୟାମେରାକୁ ନେଇ ତାଙ୍କ ମୁହଁ ଏବଂ ହାତକୁ ଫୋକସ୍ କରିବାକୁ ଲାଗିଲେ । ଆଉ ମହିଳା ଜଣକ ହାତରେ ଉଠାଇଥିବା ଖାଇବାକୁ ପୁଣି ଥରେ ପ୍ଲେଟ୍ ରେ ରଖି ଦେଇ ଚାମଚରେ ଖାଇବାକୁ ଲାଗିଲେ । ଯାହା ଖୁବ୍ ମଜାଦାର୍ ଥିଲା ।

Get real time updates directly on you device, subscribe now.