fbpx

ଆପ୍ କର୍ମକର୍ତ୍ତାଙ୍କୁ ଚାପୁଡା ମାରିଲେ କଂଗ୍ରେସ ନେତ୍ରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୮ ।୨: ଦେଶର ରାଜଧାନୀ ଦିଲ୍ଲୀରେ ଆଜି ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି । ଜଣେ ଆପ୍ କର୍ମକର୍ତ୍ତାଙ୍କୁ ଚାପୁଡା ମାରିଛନ୍ତି କଂଗ୍ରେସ ନେତ୍ରୀ ଅଳକା ଲାମ୍ବା । ଆପ୍ କର୍ମକର୍ତ୍ତାଙ୍କ ଅଭଦ୍ର ଟିପ୍ପଣୀ ପରେ ଅଳକା ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ନିର୍ବାଚନ ଆୟୋଗ ନିକଟରେ ଏନେଇ ଅଭିଯୋଗ କରିବେ ବୋଲି ଆପ୍ ନେତା ସଞ୍ଜୟ ସିଂହ କହିଛନ୍ତି । ତେବେ ଅଳକା ପୂର୍ବରୁ ଆମ୍ ଆଦମି ପାର୍ଟିରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.