fbpx

ପ୍ରବଳ ପବନ ଯୋଗୁଁ ଚିଲିକାରେ ଅଟକିଲା ଭସାପୋଲ

ସାତପଡ଼ା, ୮ା୨(ଓଡ଼ିଶା ଭାସ୍କର): ଚିଲିକା ମଝିରେ ଏକ ଭସାପୋଲ ଅଟକି ଥିବା ସୂଚନା ମିଳିଛି । ସେହି ଭସାପୋଲରେ ପାଖାପାଖି ୧୦୦ଯାତ୍ରୀ ଫଶିଥିଲେ । ଅନ୍ୟ ଏକ ଭସାପୋଲ ମାଧ୍ୟମରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ପ୍ରବଳ ପବନ ଯୋଗୁଁ ଭସାପୋଲ ଚିଲିକା ମଝିରେ ଅଟକି ଥିଲା । ଭସାପୋଲଟି ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା । ଭସାପୋଲରେ ଗୋଟିଏ ବସ୍ ଓ କିଛି ବାଇକ ଥିଲା ।

Get real time updates directly on you device, subscribe now.