fbpx

ଏଣିକି ହ୍ୱାଟ୍ସଆପରେ ଡିଲିଟ୍ କରିବାକୁ ପଡ଼ିବନି ସିକ୍ରେଟ୍ ଚାଟ୍, ଆପଣାନ୍ତୁ ଏହି ଟ୍ରିକ୍

ନୂଆଦିଲ୍ଲୀ: ଭାରତର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହେଉଛନ୍ତି ହ୍ୱାଟ୍ସଆପ । ହ୍ୱାଟ୍ସଆପରେ ଲୋକମାନେ କିଛି ଖାସ୍ ଲୋକଙ୍କ ସହ ଚାଟ୍ କରିଥାନ୍ତି, ଯାହାଙ୍କ ମେସେଜ ନା ସେମାନେ ଡିଲିଟ୍ କରିବାକୁ ଚାହାନ୍ତି, ନା କାହାକୁ ଦେଖାଇବାକୁ ଚାହାନ୍ତି । ଏଭଳି ପରିସ୍ଥିତିରେ ଆପଣ ହ୍ୱାଟ୍ସଆପର କିଛି ଟ୍ରିକ୍ ବିଷୟରେ ଜାଣି ରଖନ୍ତୁ , ଯାହ ଦ୍ୱାରା ଆପଣ ପର୍ସନାଲ ଚାଟକୁ ହ୍ୱାଟ୍ସଆପରେ ଡିଲିଟ ନକରି ବି ସମସ୍ତଙ୍କ ଆଖିରୁ ଲୁଚାଇ ରଖିପାରିବେ । ଏହି ଟ୍ରିକ୍ ଦ୍ୱାରା ଆପଣ ନିଜ ଖାସ୍ ବ୍ୟକ୍ତିଙ୍କ ଚାଟକୁ ଡିଲିଟ କରିବାକୁ ପଡିବ ନାହିଁ । କେହି ଆପଣଙ୍କ ହ୍ୱାଟ୍ସଆପ ଖୋଲିଲେ ବି ଆପଣଙ୍କ ସିକ୍ରେଟ ଚାଟ୍ ଦେଖିପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହାର କ’ଣ ରହିଛି ଟ୍ରିକ୍….

-ପ୍ରଥମେ ହ୍ୱାଟ୍ସଆପ ଖୋଲନ୍ତୁ ସେହି ଚାଟ୍ ସିଲେକ୍ଟ କରନ୍ତୁ ଯାହାଙ୍କ ଚାଟ୍ ଆପଣ ସମସ୍ତଙ୍କ ଠାରୁ ଲୁଚେଇ ରଖିବାକୁ ଚାହୁଁଛନ୍ତି ।
– ଏହି କଣ୍ଟ୍ରାକ୍ଟ ବା ଚାଟକୁ ଓପନ ନକରି , କେବଳ ଚାଟ୍ ବକ୍ସକୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରେସ୍ କରନ୍ତୁ ଓ କିଛି ସମୟ ପାଇଁ ଦବାଇ ରଖନ୍ତୁ ।
– ଚାଟ୍ ବକ୍ସକୁ ଦବାଇବା ରଖିବା ଦ୍ୱାରା ଉପରେ ଏକ ଫୋଲ୍ଡର ଆଇକନ୍ ଦେଖାଯିବ ।
-ଏହି ଆଇକନ୍ ଉପରେ କ୍ଲିକ୍ କରି ମାତ୍ରେ ସେହି କଣ୍ଟ୍ରାକ୍ଟର ଚାଟ୍ Archive ହୋଇଯିବ ।
-ଏହି ଷ୍ଟେପକୁ ସମ୍ପୂର୍ଣ୍ଣ କରିବା ପରେ ଏହି କଣ୍ଟ୍ରାକ୍ଟ ଚାଟରୁ ଗାଏବ ହୋଇଯିବ ଓ ହ୍ୱାଟ୍ସଆପରେ ଯେତେ ବି ସ୍କ୍ରଲ୍ କଲେ ଦେଖାଯିବ ନାହିଁ ।

ତେବେ ଏହି ଚାଟକୁ ପୁଣି ଫେରାଇଆଣିବାକୁ ବି କିଛି ଟ୍ରିକ୍ ରହିଛି, ଯେପରି
– ଚାଟ୍ ସ୍କ୍ରିନର ତଳ ଭାଗକୁ ଯାଆନ୍ତୁ ।
– Archive ଚାଟ୍ ଉପରେ ଟାଇପ୍ କରନ୍ତୁ ।
– ଯେଉଁ ଚାଟକୁ unArchive କରିବାକୁ ଚାହୁଁଛନ୍ତି, ତାହାକୁ ଟ୍ୟାପ୍ କରି ଧରି ରଖନ୍ତୁ ।
– ଉପରେ ଆସୁଥିବା ବିକଳ୍ପ ମଧ୍ୟରୁ unArchive ଉପରେ କ୍ଲିକ୍ କରି ପୁଣି ଥରେ ଚାଟକୁ ଫେରାଇଆଣନ୍ତୁ ।

Get real time updates directly on you device, subscribe now.