fbpx

୫୦ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ରାଜଧାନୀରୁ ବାଲେଶ୍ୱର ଲମ୍ବିଛି ଚେର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ଧଳା ଜହରର କାରବାର ବଢ଼ି ଚାଲିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ୫୭୫ ଗ୍ରାମ୍ ବ୍ରାଉନ୍ ସୁଗର ଜବତ ହୋଇଛି । ଜବତ ବ୍ରାଉନ୍ ସୁଗରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । କମିଶନରେଟ୍ ପୋଲିସର କ୍ୱିକ୍ ଆକ୍ସନ୍ ଟିମ୍ ଓ ବରଗଡ଼ ଥାନା ପୋଲିସର ମିଳିତ ଚଢ଼ାଉରେ ଏହି ସଫଳତା ମିଳିଛି ।

ବିଟୁ ଖାନା ନାମକ ଜଣେ ଯୁବକଠାରୁ ଏହି ସାମଗ୍ରୀ ଜବତ କରାଯିବା ସହ ତାକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏହି ଧଳା ଜହରର ଚେର ଭୁବନେଶ୍ୱରରୁ ବାଲେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା କମିଶନରେଟ୍ ପୋଲିସ ଜାଣିପାରିଛି । ତେବେ ଏହି ସ୍କାମରେ ଅନ୍ୟ କେଉଁମାନଙ୍କର ହାତ ରହିଛି, ସେନେଇ ପୋଲିସ ତନାଘନା କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.