fbpx

ସାବରମତୀ ନଦୀରୁ ମିଳିଲା କରୋନା ଭାଇରସ୍ ; ସବୁ ନମୁନା ସଂକ୍ରମିତ

ନୂଆଦିଲ୍ଲୀ: ପ୍ରତିଦିନ କରୋନା ଭାଇରସ୍ ସମ୍ବନ୍ଧରେ କିଛି କିଛି ନୂତନ ସୂଚନା ମିଳୁଛି । ଏପର୍ଯ୍ୟନ୍ତ ଦେଶର ଅନେକ ସହରରେ ସ୍ୱେରେଜ୍ ଲାଇନ୍ରେ କରୋନା ଭୂତାଣୁ ଜୀବନ୍ତ ଅଛି ବୋଲି ପ୍ରମାଣିତ ହୋଇଛି । ସମ୍ପ୍ରତି ପ୍ରାକୃତିକ ଜଳ ଉତ୍ସରେ ମଧ୍ୟ କରୋନା ଭାଇରସ୍ ଚିହ୍ନଟ ହୋଇଛି । ଫଳରେ ଏହା ବିଶେଷଜ୍ଞ ଚିନ୍ତା ବଢାଇଛି । ଗୁଜରାଟ ଅହମ୍ମଦାବାଦ୍ ଲାଇଫ ଲାଇନ କୁହାଯାଉଥିବା ସାବରମତୀ ନଦୀରେ କରୋନା ଭାଇରସ୍ ଭୂତାଣୁ ଦେଖିବାକୁ ମିଳିଛି । ଏଠାରୁ ନିଆଯାଇଥିବା ସମସ୍ତ ନମୁନା ସଂକ୍ରମତି ହୋଇଥିବା ଜଣାପଡ଼ିଛି ।

ସାବରମତୀ ସହିତ ଅହମ୍ମଦାବାଦ, କାଙ୍କରିଆ, ଚାନ୍ଦୋଲା ହ୍ରଦର ଅନ୍ୟ ଜଳ ଉତ୍ସରୁ ନିଆଯାଇଥିବା ନମୁନା ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ , ଯେତେବେଳେ ବୈଜ୍ଞାନିକମାନେ ଆସାମର ଗୌହାଟି ଅଞ୍ଚଳର ନଦୀ ଗୁଡିକ ମଧ୍ୟ ଯାଞ୍ଚ କରିଥିଲେ । ଏହି ସମସ୍ତ ନମୁନାରେ ଭୂତାଣୁଙ୍କର ଉପସ୍ଥିତି ବହୁତ ଅଧିକ ଅଛି ବୋଲି ଜଣାପଡ଼ିଛି । ଏହା ସହ ଆଇଆଇଟି ଗାନ୍ଧୀନଗର ସମେତ ଆଠଟି ଅନୁଷ୍ଠାନ ମିଳିତ ଭାବେ ଅଧ୍ୟୟନ କରିଛନ୍ତି । ଯେଉଁଥିରେ ସ୍କୁଲ ଅଫ୍ ପରିବେଶ ବିଜ୍ଞାନ, ଜେଏନୟୁ, ନୂଆଦିଲ୍ଲୀ ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ ଅଛନ୍ତି ।

ଗାନ୍ଧୀନଗରର (ଆଇଆଇଟି) ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପୃଥିବୀ ବିଜ୍ଞାନର ମନୀଷ କୁମାର କହିଛନ୍ତି ଯେ ଗତ ବର୍ଷ ସ୍ୱେରେଜ୍ରୁ ନମୁନା ନେଇ ଅନୁସନ୍ଧାନ ସମୟରେ କରୋନା ଭୂତାଣୁଙ୍କ ଉପସ୍ଥିତି ଚିହ୍ନଟ ହୋଇଥିଲା । ଏହି ଅଧ୍ୟୟନ ପରେ, ପ୍ରାକୃତିକ ଜଳ ଉତ୍ସ ବିଷୟରେ ଜାଣିବା ପାଇଁ ପୁନର୍ବାର ଅଧ୍ୟୟନ ଆରମ୍ଭ ହୋଇଥିଲା । ଯେହେତୁ ଅହମ୍ମଦାବାଦରେ ସର୍ବାଧିକ ବର୍ଜ୍ୟ ଜଳ ବିଶୋଧନ ପାଇଁ କାରଖାନା ଅଛି । ଗୌହାଟିରେ ଗୋଟିଏ ମଧ୍ୟ ପ୍ଲାଣ୍ଟ ନାହିଁ । ଏଥିପାଇଁ ଏହି ଦୁଇଟି ସହର ବାଛିବା ପାଇଁ ନମୁନା ସଂଗ୍ରହ ଆରମ୍ଭ ହୋଇଥିଲା । ଏହାକୁ ନେଇ ସ୍ପଷ୍ଟ ଭାବେ ଦର୍ଶାଯାଉଛି ଯେ ପ୍ରାକୃତିକ ଜଳରେ ମଧ୍ୟ ଜୀବାଣୁ ବଞ୍ଚିପାରିବ । ତେଣୁ ଦେଶର ସମସ୍ତ ପ୍ରାକୃତିକ ଜଳର ଉତ୍ସକୁ ଅନୁସନ୍ଧାନ କରାଯିବା ଉଚିତ୍ ।

Get real time updates directly on you device, subscribe now.