fbpx

ଏଣିକି ବିନା ଟେଷ୍ଟରେ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କରୋନା ମହାମାରୀ ଓ ଲକଡାଉନ୍ ସମୟରେ ଅନେକ ଲୋକ ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇପାରି ନଥିଲେ । ସେଥିପାଇଁ ଅନେକଙ୍କ ମନରେ ଅସନ୍ତୋଷ ରହିଥିଲା । ଅନ୍ୟପକ୍ଷରେ ବାରମ୍ବାର ଆରଟିଓ ଅଫିସକୁ ଯିବା ଓ ସେଠାରେ ଡ୍ରାଇଭିଂ ଟେଷ୍ଟ ଦେବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ । ତେବେ ଏଥିପାଇଁ ଆପଣମାନଙ୍କ ପାଇଁ ଖୁସି ଖବର ଆସିଛି, ଏଣିକି ବିନା ଟେଷ୍ଟରେ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ ।

ଏବେ ଆପଣଙ୍କୁ ଡିଏଲ ପାଇଁ ଆରଟିଓ ଅଫିସରେ ଆଉ ଲମ୍ବା ଲାଇନ୍ ଲଗାଇ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ । ନୂଆ ଡିଏଲ ପାଇଁ ଭାରତୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏକ ନୂଆ ନିୟମ ଜାରି କରିଛି । ଏଥିପାଇଁ ଆପଣଙ୍କୁ ଏକ ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଅଧୀନରେ କ୍ୟାଣ୍ଡିଡେଟ ହାଇକ୍ୱାଲିଟି ଡ୍ରାଇଭିଂ କୋର୍ସ କରିପାରିବେ । ଏହି ଟ୍ରେନିଂ କୋର୍ସ ସମାପ୍ତ ହେବା ପରେ ଆପଣଙ୍କୁ ଡିଏଲ ପାଇବା ପାଇଁ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ନାହିଁ ।

Get real time updates directly on you device, subscribe now.