fbpx

ହ୍ୱାଟ୍ସଆପରେ ବି କଲ୍ ରେକର୍ଡ କରିବାକୁ ଚାହାନ୍ତି କି? ତେବେ ଆପଣାନ୍ତୁ ଏହି ଟ୍ରିକ୍

ଦୂରରେ ଥିବା ଲୋକଙ୍କ ସହ ଆମେ ହ୍ୱାଟ୍ସଆପର ଭଏସ୍ କଲ ଓ ଭିଡିଓ କଲ ମାଧ୍ୟମରେ ଅତି ସହଜରେ କଥା ହେଉ । ପ୍ରାୟତଃ ଆମେ କଲ ରେକର୍ଡ କରିଥାଉ, କିନ୍ତୁ ହ୍ୱାଟ୍ସଆପରେ କମ୍ପାନୀ ଏହି ଫିଚର ଦେଇନାହିଁ । କିନ୍ତୁ ଏପରି ଏକ ସହଜ ଟ୍ରିକ ରହିଛି, ଯାହା ମାଧ୍ୟମରେ ଆପଣ ହ୍ୱାଟ୍ସଆପରେ ବି କଲ୍ ରେକର୍ଡିଂ କରିପାରିବେ । ଏଥିପାଇଁ ଆପଣଙ୍କୁ ଥାର୍ଡ ପାର୍ଟି ଆପର ସାହାର ନେବାକୁ ପଡିବ ।

ହ୍ୱାଟ୍ସଆପ୍ କଲ୍ ରେକର୍ଡିଂ କରିବା ପୂର୍ବରୁ କଲ କରୁଥିବା ୟୁଜରଙ୍କ ଅନୁମତି ନେବା ଉଚିତ୍ । ବ୍ୟବହାରକାରୀଙ୍କ ଅନୁମତି ନେବା ପରେ ଆପଣ ହ୍ୱାଟ୍ସଆପରେ କଲ୍ ରେକର୍ଡି କରିପାରିବେ । ୟୁଜରଙ୍କ ବିନା ଅନୁମତିରେ ଆପଣ କଲ୍ ରେକର୍ଡି କରିପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହାର ଟ୍ରିକ୍…

-ହ୍ୱାଟ୍ସଆପରେ କଲ୍ ରେକର୍ଡ କରିବା ପାଇଁ ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରରୁ Call Recorder- Cube ACR ଆପ୍ ଡାଉନଲୋଡ୍ କରନ୍ତୁ ।

-ଆପ୍ ଡାଉନଲୋଡ୍ କରିବା ପରେ ଏହାକୁ ଇନଷ୍ଟଲ କରନ୍ତୁ ଓ ମାଗୁଥିବା ଅନୁମତିକୁ Allow କରନ୍ତୁ ।

-ଏହା କରିବା ପରେ ହ୍ୱାଟ୍ସଆପର ସେହି ଚାଟକୁ ଯାଆନ୍ତୁ , ଯାହାକୁ ଆପଣ ରେକର୍ଡ କରିବାକୁ ଚାହୁଁଛନ୍ତି ।

-ଯଦି ଏଥିରେ କୌଣସି ତ୍ରୁଟି ଥାଏ ତେବେ ରେକର୍ଡର୍ ସେଟିଂ ଖୋଲନ୍ତୁ ଏବଂ ଭଏସ୍ କଲ୍ ଭାବରେ Force VoIP କଲ୍ କୁ ସିଲେକ୍ଟ କରନ୍ତୁ ।

-ଏବେ ପୁଣି କଲ୍ କରନ୍ତୁ ଓ ହ୍ୱାଟ୍ସଆପ୍ କଲ୍ ରେକର୍ଡ କରିବାକୁ ସମାନ ପ୍ରକ୍ରିୟାକୁ ପୁନରାବୃତ୍ତି କରନ୍ତୁ ।

ତେବେ ହ୍ୱାଟ୍ସଆପ ନିଜ ଆପରେ ଏପରି କୌଣସି ଫିଚର ରଖିନାହିଁ । ଏଥିପାଇଁ ଆପଣଙ୍କୁ ଥାର୍ଡ ପାର୍ଟି ଆପକୁ ଡାଉନଲୋଡ କରିବାକୁ ପଡିବ ।

Get real time updates directly on you device, subscribe now.