fbpx

ଅନଲାଇନ୍ ଟିକେଟ୍ ବୁକ୍ କରୁଥିବା ଲୋକଙ୍କ ପାଇଁ ରେଳ ବିଭାଗର ବଡ ଉପହାର, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: କରୋନା କାଳରେ ଲୋକମାନେ ଅନଲାଇନ୍ ଟ୍ରେନ୍ ଟିକଟ ବୁକିଂ କରିବାକୁ ପ୍ରାଧାନ୍ୟ ଦେଉଛନ୍ତି । ଅନଲାଇନ୍ ଟିକେଟ ବୁକିଂ କରିବା ସହଜ ମଧ୍ୟ ହୋଇଥାଏ । କିନ୍ତୁ ସମସ୍ୟା ଖାଲି ଏତିକି ଯେ, ଯଦି ଯାତ୍ରା ବାତିଲ କରିବାକୁ ପଡେ ତେବେ ଟଙ୍କା ଫେରସ୍ତ ପାଇବାକୁ ୩ ଦିନ ଅପେକ୍ଷା କରିବାକୁ ପଡିଥାଏ । ଆଇଆରସିଟିସି ଏହି ସମସ୍ୟାକୁ ଶେଷ କରିଛି । ଏଣିକି ଟିକେଟ୍ ବାତିଲ ହେବା ମାତ୍ରେ ତୁରନ୍ତ ଟଙ୍କା ଆକାଉଣ୍ଟକୁ ଆସିଯିବ ।

ଆଇଆରସିଟିସିର ଏହି ନୂଆ ନିୟମ ଯୋଗୁଁ ଆପଣଙ୍କୁ ଟିକେଟ୍ ଟଙ୍କା ଫେରସ୍ତ ପାଇଁ ୪୮ ଘଣ୍ଟା ଅପେକ୍ଷା କରିବାକୁ ପଡିବ ନାହିଁ । ବେଳେବେଳେ ଲୋକଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ନଥାଏ । ଯଦି ସେ ଟିକେଟ୍ ବୁକ୍ କରନ୍ତି ଓ କେଉଁ କାରଣ ବଶତଃ ଯାତ୍ରାର ତାରିଖ ବଦଳାଇବାକୁ ପଡିବ, ତେବେ ତାଙ୍କୁ ଟଙ୍କା ଅପେକ୍ଷା କରିବାକୁ ପଡେ । ଏଭଳି ପରିସ୍ଥିତିରେ ଲୋକମାନେ ଅନଲାଇନ୍ ବୁକିଂରୁ ମଧ୍ୟ ଦୂରେଇ ଯାଆନ୍ତି । କିନ୍ତୁ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇଛି ।

ଧ୍ୟାନ୍ ରଖିବାକୁ ପଡିବ ଯେ, ପେମେଣ୍ଟ କେବଳ ଆଇ ପେ-ଗେଟୱେ ମାଧ୍ୟମରେ କରିବାକୁ ପଡିବ । ଯଦି ଆପଣ ଆଇ ପେ-ଗେଟୱେରେ ପେମେଣ୍ଟ ହୁଏ ଓ ଟିକେଟ୍ ବାତିଲ ହୁଏ, ତେବେ ଟଙ୍କା ତୁରନ୍ତ ଆକାଉଣ୍ଟକୁ ଫେରିଆସିବ । ଏଥିପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଆଇଆରସିଟିସି ଡିଜିଟାଲ୍ ଇଣ୍ଡିଆ ଅଧୀନରେ ଏହାର ୱେବସାଇଟ୍ କୁ ଅପଗ୍ରେଡ୍ କରିଛି ।

Get real time updates directly on you device, subscribe now.