ସୁନା କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ: ପୁଣି ଶସ୍ତା ହେଲା ସୁନା ଓ ରୂପା, ଜାଣନ୍ତୁ କେତେ ଟଙ୍କା କମିଲା…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସୁନା କିଣିବା ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ । କାରଣ ସୁନାର ଦାମ୍‌ ୧୦ ଗ୍ରାମ୍‌ ପିଛା ୪୭୦୦୦ ଟଙ୍କା ତଳକୁ ଖସି ଆସିଛି । ଏପରିକି ଗତ ୨ କାରବାର ଦିନରେ ସୁନାର ଦାମ୍‌ ୧୮୦୦ ଟଙ୍କା ଯାଏଁ ହ୍ରାସ ପାଇଛି । ସେହିପରି ରୁପାର ଦାମ୍‌ ମଧ୍ୟ ଅହେତୁକ ହ୍ରାସ ପାଇଛି । ଗତ ୨ କାରବାର ଦିନରେ ସୁନାର ଭବିଷ୍ୟତ ଦରରେ ଅସାମାନ୍ୟତା ପରିଲକ୍ଷିତ ହୋଇଥିଲା ।

ଶୁକ୍ରବାର ଦର ସାମାନ୍ୟ ବୃଦ୍ଧି ପାଇଥିଲେ ବି ପରେ ଖସିଥିଲା । ସୋମବାର ସୁନା ଏବେ ସୁଦ୍ଧା ୧୦ ଗ୍ରାମ୍‌ ପିଛା ୪୬୭୮୦ ଟଙ୍କାରେ କାରବାର କରୁଛି । ୩ ସପ୍ତାହ ତଳେ ୪୯୬୦୦ ଟଙ୍କା ଥିବା ଦାମରେ ୨୮୦୦ ଟଙ୍କା ହ୍ରାସ ପାଇଲାଣି । ଗତବର୍ଷ କରୋନା ସଙ୍କଟ ବେଳେ ନିବେଶକମାନେ ସୁନାରେ ଭଲ ନିବେଶ କରିଥିଲେ । ଅଗଷ୍ଟ ୨୦୨୦ରେ ଏମସିଏକ୍ସରେ ସୁନାର ଦାମ୍‌ ୧୦ ଗ୍ରାମ ପ୍ରତି ୫୬୧୯୧ରେ ପହଁଞ୍ଚି ଥିଲା । ପରେ ଦର ଖସିଥିଲା । ସେବେଠାରୁ ଆଜି ମଧ୍ୟରେ ସୁନା ପ୍ରାୟ ୯୫୦୦ ଟଙ୍କା ଶସ୍ତା ହେଲାଣି । ସେହିପରି ରୁପାର ଦାମରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ସୋମବାର ରୁପ। କେଜି ପିଛା ୬୭୪୦୦ ଟଙ୍କାରେ କାରବାର କରୁଛି।

Get real time updates directly on you device, subscribe now.