fbpx

ଖୁସି ଖବର: ଓଡ଼ିଶାରୁ ଆଜି ୪ ହଜାର ୧୫୯ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪ ହଜାର ୧୫୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୪୮ ହଜାର ୯୬୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୩୫ ଜଣ ସୁସ୍ଥ ହୋଇଥିବା କଟକରୁ ୫୩୭, ବାଲେଶ୍ୱରରୁ ୩୬୪, ଯାଜପୁରରୁ ୩୦୮, ପୁରୀରୁ ୨୫୧, ଅନୁଗୁଳରୁ ୧୬୮, ଭଦ୍ରକରୁ ୧୬୫, ମୟୂରଭଞ୍ଜରୁ ୧୫୪, ଜଗତସିଂହପୁରରୁ ୧୨୯, ନୟାଗଡ଼ରୁ ୧୨୫, ସୁନ୍ଦରଗଡ଼ରୁ ୧୦୨, କଳାହାଣ୍ଡିରୁ ୯୨, ଢେଙ୍କାନାଳରୁ ୮୫, ନବରଙ୍ଗପୁରରୁ ୮୧, ବରଗଡ଼ରୁ ୮୦, କେନ୍ଦ୍ରାପଡ଼ାରୁ ୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.