fbpx

ସନ୍ନି ଦେଓଲଙ୍କୁ ଚୋଟ ମାରିଲା ବିଷାକ୍ତ ସର୍ପ, ତେଣୁ ରାଗରେ ଜିଅନ୍ତା ଚୋବାଇଦେଲେ, ତା’ପରେ…

ନୂଆଦିଲ୍ଲୀ: ଛତିଶଗଡ଼ର ବନାଞ୍ଚଳ କ୍ଷେତ୍ର ରାଇଗଡ଼ରୁ ଏକ ଅଜବ ମାମଲା ସାମନାକୁ ଆସିଛି । ରାୟଗଡ଼ ଜିଲ୍ଲାର ଧରମଜୟଗଡ଼ ବନାଞ୍ଚଳ ଅଞ୍ଚଳରେ ଜଣେ ଯୁବକ ଏକ ବିଷାକ୍ତ ସର୍ପକୁ ଚୋବାଇ ଦେଇଛନ୍ତି । ଫଳରେ କମ ସମୟ ମଧ୍ୟରେ ଯୁବକଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା । ଫଳରେ ଯୁବକଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଯୁବକ ଜଣକ ବିପଦମୁକ୍ତ ରହିଥିବା ଜଣାପଡ଼ିଛି ।

ସୂଚନା ମୁତବକ, ସନ୍ନି ଦୋଓଲ ନାମକ ଜଣେ ଯୁବକ ନିଜ ଘର ସଫା କରୁଥିବା ବେଳେ କୋଣରେ ଏକ ବିଷାକ୍ତ ସାପକୁ ଦେଖିଥିଲେ । ତେଣୁ ସନ୍ନି ସର୍ପକୁ ବାହାରକୁ ନେବାକୁ ଉଦ୍ୟମ କରୁଥିବା ବେଳେ ସର୍ପଟି ତାଙ୍କୁ ଦର୍ଶନ କରିଥିଲା । ଫଳରେ କ୍ରୋଧର ବଶବର୍ତ୍ତୀ ହୋଇ ସନ୍ନି ଉକ୍ତ ସର୍ପକୁ ଜିଅନ୍ତା ଚୋବାଇ ଦେଇଥିଲେ । ଫଳରେ କିଛି ସମୟ ମଧ୍ୟରେ ଯୁବକଙ୍କ ଅବସ୍ଥା ଖରାପ ହୋଇଯିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ବିଷାକ୍ତ ସର୍ପ ଯାହାକୁ ଦଂଶନ କରେ, ଯଦି ସେ ବ୍ୟକ୍ତି ସାପକୁ କାମୁଡ଼େ, ତେବେ ବିଷର ମାତ୍ରା ହ୍ରାସ ପାଇଥାଏ ବୋଲି ଗ୍ରାମାଞ୍ଚଳରେ ଲୋକଙ୍କର ଧାରଣା ରହିଛି । ତେଣୁ ସନ୍ନି ଏପରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଛତିଶଗଡ଼ରେ ୧୩ ପ୍ରକାରର ସାପ ଦେଖିବାକୁ ମିଳନ୍ତି, ତେଣୁ ସାପ କାମୁଡ଼ରେ ପ୍ରତ୍ୟେକ ବର୍ଷ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟୁଛି ।

Get real time updates directly on you device, subscribe now.