ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ଦୋଛକିରେ ପହଞ୍ଚିଛି । ଗୋଟିଏ ଦିନ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । କିଛି ଜିଲ୍ଲାରେ ଏବେ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଆଗକୁ ତୃତୀୟ ଲହର ଆସିବାକୁ ନେଇ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ପୁଣି ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହା ମଧ୍ୟରେ ଆଜି ପୁଣି ୩୩୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୮୯୬ ଓ ସ୍ଥାନୀୟ ଅଞ୍ଚଳରୁ ୧୪୨୩ ଜଣ ଚିହ୍ନଟ ହୋଇଛନ୍ତି ।
Covid-19 Report For 27th June
New Positive Cases: 3319
In quarantine: 1896
Local contacts: 1423(Details of local contacts will be shared by concerned Dist Administration)
District Wise Cases:
1. Angul: 116
2. Balasore: 397
3. Bargarh: 47
4. Bhadrak: 163
5. Balangir: 10— I & PR Department, Odisha (@IPR_Odisha) June 28, 2021
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩ ହଜାର ୭୮୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୬୭ ହଜାର ୪୦୨ ରହିଥିବା ବେଳେ ୩୨ ହଜାର ୪୦୪ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
22. Mayurbhanj: 199
23. Nawarangpur: 39
24. Nayagarh: 111
25. Nuapada: 4
26. Puri: 175
27. Rayagada: 43
28. Sambalpur: 29
29. Sonepur: 17
30. Sundargarh: 36
31. State Pool: 90New recovery: 3578
Cumulative tested: 13620526
Positive: 903789
Recovered: 867402
Active cases: 32404— I & PR Department, Odisha (@IPR_Odisha) June 28, 2021