fbpx

ଆଂଶିକ ଲକଡାଉନରେ ଖୋଲିପାରିବ ଉଠା ଦୋକାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ବଢ଼ିଛି ଆଂଶିକ ଲକଡାଉନ୍ । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହପାତ୍ର । ଜୁଲାଇ ୧୬ ପର୍ଯ୍ୟନ୍ତ ଆଂଶିକ ଲକଡାଉନକୁ ବୃଦ୍ଧି କରାଯାଇଛି ।

ତେବେ ଆଂଶିକ ଲକଡାଉନ୍ ରେ କୋହଳ ହୋଇଛି କିଛି କଟକଣା । ରାଜ୍ୟର ୩୦ ଜିଲ୍ଲାକୁ କାଟାଗୋରୀ A ଏବଂ କାଟାଗୋରୀ B ଭାବରେ ବିଭକ୍ତ କରାଯାଇଛି ।
ତେବେ ଉଭୟ କାଟାଗୋରୀରେ ଜାରି ହୋଇଥିବା ସମୟ ସୀମା ମଧ୍ୟରେ ଉଠାଦୋକନ ଏବଂ ଚା ଦୋକାନ ଖୋଲିପାରିବେ ଦୋକାନୀ । ଉଠାଦୋକାନୀ କେବଳ ପାର୍ସଲ ଦେଇପାରିବେ । ସେହିଭଳି ଚା’ ଦୋକାନ ମଧ୍ୟ ଖୋଲିପାରିବ କିନ୍ତୁ ଯଦି ଗହଳି ହୁଏ ଏଥିପାଇଁ କାର୍ଯ୍ୟନୁଷ୍ଠାନ ନିଆଯିବ ।

Get real time updates directly on you device, subscribe now.