‘ଆଞ୍ଚଳିକ ବିକାଶରେ ଗୋଷ୍ଠୀ ସମୂହର ଭାଗିଦାରୀ ସନ୍ତୁଳନ ରକ୍ଷା କରେ’, ମୁଖ୍ୟମନ୍ତ୍ରୀ ଆଉ କଣ କହିଲେ ଜାଣନ୍ତୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯୋଜନା ଓ ଅଭିସରଣ ବିଭାଗ ପକ୍ଷରୁ ୫୬ ଜଣ ବରିଷ୍ଠ ଅର୍ଥନୀତିକ ପରମର୍ଶଦାତାଙ୍କୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରୋକ୍ତ ମତ ଦେଇଛନ୍ତି । ଏହି ୫୬ଜଣ ଆର୍ଥିକ ଗବେଷକମାନେ ସ୍ଥାନୀୟ ଅଳର ବିକାଶ ଯୋଜନା ସହ ସମ୍ବନ୍ଧିତ ତଥ୍ୟ ସଂଗ୍ରହ, ସଂକଳନ ଓ ଯା ସମେତ ବିଶ୍ଳେଷଣ କାର୍ଯ୍ୟ ଆଦିରେ ନିୟୋଜିତ ହେବେ । ଏଥିସହ ଜିଲ୍ଲା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତି ଓ ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ଧ୍ୟାନ ସେବା ସହ ସହୋଗ କରିବେ ।

ଯୋଜନା ଓ ସମନ୍ୱୟ ଦ୍ୱାରା କିଭଳି ବିକାଶର ଲକ୍ଷ୍ୟ ହାସଲ ହୋଇ ପାରିବ ଏହା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହା ଦ୍ୱାରା ସାମାଜିକ ବୈଷମ୍ୟ ମଧ୍ୟ ଦୂର ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ । ବରିଷ୍ଠ ଅର୍ଥନୀତିଜ୍ଞ ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣମାନେ ବର୍ତ୍ତମାନ ରାଜ୍ୟ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଆପଣଙ୍କ ଦକ୍ଷତା ଏବଂ ଶକ୍ତି ରାଜ୍ୟ ପାଇଁ ସମ୍ବଳ ହେବ ବୋଲି ମୁଁ ବିଶ୍ୱାସ କରେ । ରାଜ୍ୟର ଉନ୍ନତି ଦିଗରେ ଆପଣ ମାନଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଯୋଜନା ଏବଂ ସମନ୍ୱୟ ବିଭାଗର ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ନୂତନ ଭାବରେ ନିଯୁକ୍ତ ଅଫିସରଙ୍କୁ ୩ ମାସର ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଉନ୍ନୟନ କମିଶନର ପି କେ ଜେନା ସୂଚନା ଦେଇଛନ୍ତି ।