fbpx

କାହାକୁ କିଛି ନଜଣାଇ ମାମୁଘରକୁ ଚାଲିଗଲେ ମହିଳା, ବାପା-ଭାଇ ମିଶି ଗଛରେ ବାନ୍ଧି ମାରିଲେ ଆଖିବୁଜା ମାଡ଼

ଭୋପାଳ: କାହାକୁ ନଜଣାଇ ମାମୁଘରକୁ ଚାଲିଯିବାରୁ ରାଗରେ ଆସି ଝିଅକୁ ଗଛରେ ବାନ୍ଧି ଖୁବ୍ ନିର୍ଦ୍ଦୟ ଭାବରେ ବାଡ଼େଇଛନ୍ତି ବାପା ଓ ଭାଇ । ଦୁହେଁ ମିଶି ଏତେ  ମାଡ଼ ମାରିଛନ୍ତି ଯେ, ୧୯ ବର୍ଷିୟା ଝିଅ ଏବେ ଅଧମରା ଅବସ୍ଥାକୁ ଚାଲି ଆସିଛି । ଏହି ଘଟଣା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହିଭଳି ଏକ ଆସିଛି ମଧ୍ୟପ୍ରଦେଶର ଅଲୀରାଜପୁର ଜିଲ୍ଲାରୁ । ମାଡ଼ ମାରୁଥିବା ସମୟରେ ସବୁ ଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସେଠାରେ ଉପସ୍ଥିତ ଥିବା ଲୋକମାନ ମାଡ଼ ମାରିବା ସମୟରେ ଚୁପ୍ ରହିଥିଲେ । କେହି ବି ରୋକିବା ପାଇଁ ଆଗକୁ ଆସିନଥିଲେ ।

ଝିଅର ଭୁଲ୍ ମାତ୍ର ଏତିକି ଥିଲା ଯେ, ସେ କାହାକୁ କିଛି ନଜଣାଇ ମାମୁଘରକୁ ଚାଲିଯାଇଥିଲା । ଆଉ ଘର ଲୋକଙ୍କୁ ଲାଗିଲା ଯେ, ସେ ଘରୁ କେଉଁ ଆଡ଼େ ଫେରାର୍ ହୋଇଯାଇଛି । ଘରଲୋକ ଏହି ରାଗରେ ଆସି ଝିଅକୁ ଗୋଟିଏ ଗଛରେ ବେକରେ ରସି ସାହାଯ୍ୟରେ ବାନ୍ଧି ଦେଇଥିଲେ ଏବଂ ଖୁବ୍ ଜୋରରେ ମାଡ଼ ମାରିଚାଲିଥିଲେ । ସ୍ଥାନୀୟ ଲୋକମାନେ ସେଠାରେ ଛିଡ଼ା ଝିଅଟି ଉପରେ ହେଉଥିବା ଅତ୍ୟାଚାରକୁ କେବଳ ଦେଖୁଥିଲେ । ରୋକିବା ପାଇଁ କେହି ଜଣେ ବି ଆଗେଇ ଆସିଲେ ନାହିଁ । ଏମିତିକି ଏପରି ଘଟଣା ଆଖି ସାମନାରେ ଘଟୁଥିବା ଦେଖି ମଧ୍ୟ ପୁଲିସ୍ କୁ ଜଣାଇଲେ ନାହିଁ ।

କିଛି ଲୋକ ମାଡ଼ ମାରୁଥିବା ବେଳର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ପ୍ରକୃତ କଥା ହେଲା ମହିଳା ଜଣକ ବିବାହିତ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୁଜରାଟ କାମ କରିବା ପାଇଁ ଚାଲିଯାଇଥିଲେ ଏବଂ ତାଙ୍କୁ ତାଙ୍କ ବାପାଙ୍କ ଘରେ ଛାଡି ଯାଇଥିଲେ । ଏହି ସମୟରେ ମହିଳା ଜଣକ କାହାକୁ କିଛି ନକହି ମାମୁଘରକୁ ଚାଲିଯାଇଥିଲେ । ଆଉ ବାପା-ମାଆ ଭାବିଲେ ଯେ ସେ ଘର ଛାଡି ଯାଇଛି । ଏହାପରେ ମାମୁଁ ଘରକୁ ଯାଇ ମହିଳାଙ୍କ ରାସ୍ତା ସାରା ମାଡ଼ ମାରି ମାରି ଆଣିଥିଲେ ଏବଂ ଘରକୁ ଆସିବାପରେ ଗଛରେ ବାନ୍ଧି ବାଡ଼େଇଥିଲେ । ମହିଳା ଜଣକ ନିଜ ଉପରେ ହୋଇଥିବା ଏଭଳି ଅମାନୁଷିକ କାଣ୍ଡ ପରେ ପୁଲିସ୍ ପାଖରେ ଅଭିଯୋଗ କରିଥିଲେ । ଯାହାପରେ ପୁଲିସ୍ ଭାଇ ଏବଂ ବାପାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.