ମୁମ୍ବାଇ: ଶନିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବଡ ଘୋଷଣା କରାଯାଇଛି । ୨୦୨୧-୨୨ ପାଇଁ ଘରୋଇ କ୍ରିକେଟର କାର୍ଯ୍ୟସୂଚୀ ଘୋଷିତ ହୋଇଥିବା ବେଳୋ ରଣଜୀ ଟ୍ରଫି ପ୍ର୍ରତ୍ୟାବର୍ତ୍ତନ କରିଛି । କରୋନା କାରଣରୁ ୨୦୧୯-୨୦ ବର୍ଷରେ ରଣଜୀ ଟ୍ରଫିକୁ ବନ୍ଦ ରଖାଯାଇଥିଲା । ୮୬ ବର୍ଷରେ ପ୍ରଥମ ଥର ପାଇଁ ଘରୋଇ କ୍ରିକେଟର ଶ୍ରେଷ୍ଠ ଫର୍ମାଟକୁ ବନ୍ଦ ରଖିଥିଲା ବିସିସିଆଇ । ବିସିସିଆଇ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଆସନ୍ତା ଘରୋଇ ସିଜିନରେ ସମୁଦାୟ ୨୧୨୭ଟି ମ୍ୟାଚ୍ ଖେଳାଯିବ ।
ନଭେମ୍ବର ୧୬ରୁ ରଣଜୀ ଟ୍ରଫି ଆରମ୍ଭ ହେବାକୁ ଥିବା ବେଳେ ଫେବୃୟାରୀ ୧୯ରେ ଏହା ଶେଷ ହେବ । ୨୦୨୨ରେ ଆୟୋଜିତ ହେବ ବିଜୟ ହଜାରେ ଏବଂ ସୟଦ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ । ଫେବୃୟାରୀ ୨୩ରୁ ମାର୍ଚ୍ଚ ୨୬ ମଧ୍ୟରେ ବିଜୟ ହଜାରେ ଏବଂ ଅକ୍ଟୋବର ୨୦ରୁ ନଭେମ୍ବର ୧୨ ଯାଏଁ ସୟଦ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ସେହିପରି ସିନିୟର ମହିଳା ଲିଗ୍ ସହିତ ମହିଳା ଚ୍ୟାଲେଞ୍ଜର୍ସ ଟ୍ରଫି ମଧ୍ୟ ଖେଳାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି । ଗତବର୍ଷ ବିଭିନ୍ନ ବୟସ ବର୍ଗରେ ଟୁର୍ଣ୍ଣାମେଣ୍ଟକୁ ବାତିଲ କରାଯାଇଥିବା ବେଳେ ଚଳିତ ବର୍ଷର ବିସିସିଆଇ ରୋଷ୍ଟରରେ ଏହାକୁ ସ୍ଥାନ ମିଳିଛି ।