ଭୁବନେଶ୍ୱର: ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ସେ କରୋନାରେ ଆକ୍ରାନ୍ତ ହେବାପରେ ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନାରୁ ଜଣାପଡ଼ିଛି । ତାଙ୍କୁ ବର୍ତ୍ତମାନ ପ୍ରାଇଭେଟ୍ କ୍ୟାବିନ୍ ରେ ରଖାଯାଇଛି । ସେଠାରେ ତାଙ୍କୁ ସ୍ୱତନ୍ତ୍ର କମିଟି ଗଠନ କରି ଚିକିତ୍ସା କରାଯିବ । ଏନେଇ ଭୁବନେଶ୍ୱର ଏମ୍ସର ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।