fbpx

ମାମୁ ପୁଅ ସହ କଥା ହେବା ପଡିଲା ମହଙ୍ଗା : ଭାଇରାଲ ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍

ଇନ୍ଦୋର: ସୀମା ଟପିଲା ବର୍ବରତା । ସମ୍ପର୍କୀୟ ମାମୁ ପୁଅ ଭାଇଙ୍କ ସହ ଫୋନରେ କଥା ହେବା ଅଭିଯୋଗରେ ଜନଜାତି ସମ୍ପ୍ରଦାୟର ଦୁଇ ଭଉଣୀଙ୍କୁ ନୃସଂଶ ଭାବରେ ପିଟିଛନ୍ତି ପରିବାର ଲୋକେ । ମଧ୍ୟ ପ୍ରଦେଶ ଧାର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯେଉଁଠାରେ ନିଜ ସମ୍ପର୍କୀୟ ଭାଇଙ୍କ ସହ କଥା ହେବା ଯୋଗୁଁ ଦୁଇ ଭଉଣୀଙ୍କୁ ଅତି ନିର୍ଦ୍ଦୟ ଭାବରେ ପିଟିଛନ୍ତି ସେମାନଙ୍କ ପରିବାର ଲୋକ । ତେବେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ କଥା ସାମ୍ନାକୁ ଆସିଥିଲା ।

ଭିଡିଓରେ ମହିଳା ଜଣକ ତାଙ୍କୁ ଛାଡ଼ି ଦେବାପାଇଁ କହୁଥିଲେ ବି ପରିବାର ଲୋକ ନିର୍ଦ୍ଦୟ ଭାବରେ ପିଟି ଚାଲିଥିଲେ । ସେମାନେ ମହିିଳାଙ୍କ ଚୁଟି ଧରି ଘୋଷାଡ଼ୁଥିବାର ମଧ୍ୟ ଦେଖାଯାଇଛି । ତଣ୍ଡା ପୋଲିସର କହିବା ଅନୁଯାୟୀ ଏହି ଘଟଣା ଜୁନ ୨୨ରେ ଘଟିଥିଲା । ତେବେ ପରିବାର ଲୋକଙ୍କ ଭୟରେ ଦୁଇ ଭଉଣୀ କେସ କରିବାକୁ ଡରୁଥିଲେ । ପରବର୍ତ୍ତୀ ସମୟରେ ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଏହି ଘଟଣାର ତଦନ୍ତ ପାଇଁ ମହିଳାଙ୍କୁ ପୋଲିସ ଷ୍ଟେସନକୁ ନେଇଥିଲା ଏବଂ ସେଠାରେ ତାଙ୍କର ବୟାନ ଦେଇଥିଲେ । ମହିଳା କହିଥିଲେ ତାଙ୍କ ପରିବାର ଲୋକେ ତାଙ୍କୁ ସ୍କୁଲ ନିକଟରେ ତାଙ୍କ ଏଭଳି ମାଡ଼ ମାରିଥିଲେ । ମହିଳାଙ୍କ ବୟାନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ପୋଲିସ୍ ଘଟଣା ପରିଦର୍ଶନ କରିଛି ଏବଂ ଦୁଇ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି ।

ଏହି ଭିଡିଓ ଆପଣଙ୍କୁ ବିଚଳିତ କରିପାରେ:

Get real time updates directly on you device, subscribe now.